ଛତ୍ରପୁର (ସମୃଦ୍ଧ ଓଡିଶା) ଉପଜିଲ୍ଲାପାଳ ଓ ତହସିଲଦାର ବୁଥ୍ ଗୁଡିକର ତଦାରଖ କରିଛନ୍ତି । ସ୍ୱତନ୍ତ୍ର ଭୋଟର ତାଲିକା-୨୦୨୦ ସଂଶୋଧନ କାର୍ଯ୍ୟସୂଚୀ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଚଳିତ ମାସ ୨୮, ୨୯ ଓ ଡିସେମ୍ବର ୫ ଏବଂ ୬ ତାରିଖକୁ ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ଧାର୍ଯ୍ୟ କରାଯାଇଛି । ଏହି ୪ ଦିନରେ ସମସ୍ତ ବିଏଲଓ ଏବଂ ସୁପରଭାଇଜର ମାନେ ଭୋଟ ଗ୍ରହଣ କେନ୍ଦ୍ରମାନଙ୍କରେ ଉପସ୍ଥିତ ରହି ଜନସାଧାରଣଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିବେ । ୨୦୨୧ ଜାନୁଆରି ୧ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ବୟସ ହୋଇଥିବ ସେମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରାଇ ପାରିବେ । ଯେଉଁମାନେ ସ୍ଥାନାନ୍ତର ହୋଇଥିବେ ଓ ଯାହାର ମୃତ୍ୟୁ ହୋଇସାରିଛି ସେମାନଙ୍କ ନାମ ତାଲିକାରୁ ବାଦ୍ ଦିଆଯିବା ନିମନ୍ତେ ବିଏଲଓମାନେ କାର୍ଯ୍ୟ କରିବେ । ଶନିବାର ଛତ୍ରପୁର ସହର ଏବଂ ବ୍ଲକରେ ଥିବା ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ଚାଲିଥିବା ଏଭଳି କାର୍ଯ୍ୟକ୍ରମକୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ତଦାରଖ କରିଛନ୍ତି । ଛତ୍ରପୁର ତହସିଲଦାର ନୀଲମାଧବ ଭୋଇ ମଧ୍ୟ ଉପଜିଲ୍ଲାପାଳଙ୍କ ସହ ବିଭିନ୍ନ କେନ୍ଦ୍ର ଗୁଡିକରେ ଚାଲିଥିବା କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା