ଉପସ୍ଥାପିତ ହେଲା ରାଜ୍ୟରେ ପ୍ରଥମ ଡିଜିଟାଲ ବଜେଟ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡ଼ିଶା ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ।ତେବେ ଏଥର ବଜେଟରେ ରହିଛି କିଛି ସ୍ୱତନ୍ତ୍ରତା କାରଣ, ଆଇପ୍ୟାଡରେ ହୋଇଛି ବଜେଟ ଉପସ୍ଥାପନ । ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନା ବିନା କାଗଜପତ୍ରରେ ହୋଇଛି । ବିଧାନସଭାରେ ଆଇପ୍ୟାଡ ମାଧ୍ୟମରେ ବଜେଟକୁ ଉପସ୍ଥାପନା କରାଯାଇଛି । ଏଥରର ବଜେଟକୁ ପେପରଲେସ କରିବା ପାଇଁ ଇ-ବର୍ଟ ଉପସ୍ଥାପନା କରାଯାଇଛି । ଅନ୍ୟପ୍ରକାରେ କହିଲେ ଏଥରର ବଜେଟକୁ ହାଇଟେକ ବଜେଟ କୁହାଯାଇପାରେ । ପ୍ରଥମତଃ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଇ-ପ୍ୟାଡ୍‌ ମାଧ୍ୟମରେ ବଜେଟ ଉପସ୍ଥାପନା କରିଛନ୍ତି । ସେହିପରି ବିଧାୟକମାନଙ୍କୁ ଗୋଟିଏ ଲେଖାଏଁ ଆଇ-ପ୍ୟାଡ ଦିଆଯାଇଛି । ଏଥିରୁ ସେମାନେ ବଜେଟ ବିବରଣୀ ଜାଣିପାରିବେ । ଡିଜିଟାଲ ଉପାୟରେ ବଜେଟ ଉପସ୍ଥାପନ କରି ବଜେଟ୍‌ ପ୍ରକ୍ରିୟାକୁ ପେପରଲେସ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ଏହାଫଳରେ ଏଥର ବଜେଟ ପୁସ୍ତିକା ଛପାଇବା ପାଇଁ ୭୫ ଲକ୍ଷ ପୃଷ୍ଠା କାଗଜ ଆବଶ୍ୟକ ହୋଇନାହିଁ । ଏହା ଦ୍ୱାରା ୧୦୦୦ଟି ବଡ଼ ଗଛ ବଞ୍ଚିଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ କରି କହିଛନ୍ତି । ଏହାସହ ସାଧାରଣ ଲୋକେ ପୂର୍ବରୁ ଗଣମାଧ୍ୟମରେ ସିଧାପ୍ରସାରଣ ଦେଖି ଓଡିଶା ବଜେଟ ବାବଦରେ ଜାଣି ପାରୁଥିବା ବେଳେ ଏଥର ପେପର ଲେସ ହୋଇଥିବାରୁ ସ୍ୱତନ୍ତ୍ର ଆପ ମାଧ୍ୟମରେ ସାଧାରଣ ଲୋକେ ବଜେଟ ବାବଦରେ ଜାଣିପାରିବେ । ପ୍ରଥମ ଥର ପାଇଁ ବଜେଟ ପାଇଁ ଏକ ସ୍ୱତନ୍ତ୍ର ଆପ ପ୍ରସ୍ତୁତ କରାଯାଇଛି । ଲୋକମାନେ ଓଡ଼ିଶା ବଜେଟ ଆପ ଇନଷ୍ଟଲ କରି ରିଅଲ ଟାଇମ ଭିତ୍ତିରେ ବଜେଟ ସୂଚନା ପାଇପାରିବେ । ଲୋକମାନେ ଉଭୟ ଇଂରାଜୀ ଓ ଓଡ଼ିଆରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ପଢି ପାରିବେ ।

ରିପୋର୍ଟ : ଆକାଶ ମିଶ୍ର