ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସହିଦ୍ ଭଗଗତ୍ ସିଂ, ସୁକଦେବ ଓ ରାଜଗୁୁରୁଙ୍କ ୯୦ତମ ବଳିଦାନ ଦିବସ ଅବସରରେ ରାଜ୍ୟର ଉତ୍ତର ଉପାନ୍ତ ହାଟପଦା ନିିକଟରେ ନିୟୁ ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ଜଳେଶ୍ୱର ପୌର ପ୍ରଶାସକ ନିଲୁ ମହାପାତ୍ର ଭଗତ ସିିଂଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ । ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତତ୍ତୀ, ଇଂ ବ୍ରଜେନ୍ଦ୍ର ଦଳାଇ, ସରପଞ୍ଚ ବୁଦ୍ଧେଶ୍ୱର ପ୍ରଧାନ, ଗ୍ରାମ୍ୟମୁଖ୍ୟ ଖଗେନ୍ଦ୍ର ରଣା, ସଂଗଠନର ମୁଖ୍ୟ ଉତତ୍ତମ ପ୍ରଧାନ, ସଂପାଦକ ରାଜେଶ ପାତ୍ର ପ୍ରମୁଖ ଯୋଗ ଦେଇ ରକ୍ତଦାନର ଆବଶ୍ୟକତା ସଂପର୍କରେ କହିଥିଲେ । ଏଥିରେ ଡା. ମହେଶ କୁମାର ବିଶ୍ୱାଳ, ଅକ୍ଷୟ ଜେନା, ହେମଲତା ସେଠୀ, ରାଜେଶ ପ୍ରଧାନ ପ୍ରମୁଖ ରକ୍ତ ସଂଗ୍ରହରେ ସହାୟତା କରିଥିବା ବେଳେ ତପନ ସିଂ, ରବିନ୍ଦ୍ର ବାରିକ, ସୁଦାମ ପାତ୍ର, ଗୌତମ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶଯୋଗ୍ୟ ଜିଲା ରକ୍ତଦାତା ସଂଘ ପକ୍ଷରୁ ୨୦୧୯ ମସିହାରେ ୨୨୫୫୪, ୨୦୨୦ରେ ୨୩୦୦୩ ଓ ୨୦୨୧ରେ ଅଦ୍ୟାବଧି ୫ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିଥିବାର ଶ୍ରୀ କମଳ ଚକ୍ରବର୍ତ୍ତୀ କହିଛନ୍ତି ।