
ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ପଶ୍ଚିମବଙ୍ଗ ସୀମାରେ ବିଭିନ୍ନ ସମାଜକାର୍ଯ୍ୟରେ ନିୟୋଜିତ ଥିବା ବୈଦନାଥ ମହନ୍ତଙ୍କ ପ୍ରତିମୂର୍ତ୍ତୀ ଆଜି ତୃତୀୟ ଶ୍ରାଦ୍ଧବାର୍ଷିକୀରେ ଉନ୍ମୋଚିତ ହୋଇଛି । ସର୍ଦ୍ଦାରବନ୍ଧ ପଞ୍ଚାୟତର ଚୁଡାମଣିପୁର ଛକରେ ଏହି ପ୍ରତୀମୂର୍ତ୍ତିୀଙ୍କୁ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ଉନ୍ମୋଚନ କରି ପଶ୍ଚିମବଂଗର ନୟାଗ୍ରାମ ଓ ରାଇବଣିଆ ଥାନା ଅଂଚଳରେ ସେ କରିଥିବା ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ସରପଂଚ ଦିଲ୍ଲୀପ କୁମାର ସାମଲ ସଭାପତିତ୍ୱ କରିଥିବା ବେଳେ ଓଲମରା ସରପଂଚ ଯତିନ୍ଦ୍ର ନାଥ ମହାନ୍ତି ମୁଖ୍ୟ ଅତିଥି, ବ୍ରିଜେସ୍ କୁମାର ରଣା ମୁଖ୍ୟ ବକ୍ତା ଓ ସମ୍ମାନୀତ ବକ୍ତାଭାବେ ଜିଲାପରିସଦ ସଦସ୍ୟ ମାନୀନୀ ପ୍ରମାଣିକ, ବିଜୟ ନାଥ ମୁର୍ମୁ ଓ ସମିତି ସଦସ୍ୟ ଅଞ୍ଜଳି ମହନ୍ତ ବକ୍ତବ୍ୟ ରଖିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା