

ବାଲେଶ୍ୱର (ସମୃଦ୍ଧ ଓଡିଶା) ୧୯୯୭ ମସିହାର ଛାତ୍ରଛାତ୍ରୀମାନଙ୍କୁ ନେଇ ବନ୍ଧୁ ମିଳନ ଉତ୍ସବ ଉପେନ୍ଦ୍ରନାଥ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍କୁଲର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମିଶ୍ର ସଭାପତିତ୍ୱରେ ସଭା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ନବମ ଶ୍ରେଣୀର କୃତି ଛାତ୍ର ଅମର ରଞ୍ଜନ ପାଣିଗ୍ରାହୀ ଓ ନିହାର ରଞ୍ଜନ ଶତପଥିକୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ପୁରାତନ ଓ ବର୍ତ୍ତମାନର ଶିକ୍ଷକ ଉପସ୍ଥିତ ରହି ସମସ୍ତ ପୁରାତନ ଛାତ୍ରଙ୍କୁ ଆଶ୍ରିବାଦ ଦେବା ସହିତ ମଙ୍ଗଳ କାମନା କରିଥିଲେ ଓ ସମସ୍ତ ଛାତ୍ର ସବୁ ଶିକ୍ଷକଙ୍କ ଠାରୁ ଆଶ୍ରିବାଦ ଭିକ୍ଷା କାମନା କରିଥିଲେ । ଶେଷରେ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହାସହ ୧୯୯୭ ମସିହାର ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ଶିକ୍ଷକ ଓ ସାଙ୍ଗମାନଙ୍କ ସହ ମିଶି ନିଜର ପୁରାତନ ଭାବକୁ ମନେ ପକାଇ ଖୁସି ଅନୁଭବ କରିଥିଲେ ।
ରିପୋର୍ଟ : ସୁଶାନ୍ତ କୁମାର ନାୟକ

















