
ଗୁଣୁପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରୁ ଗୁଣପୁର ଆସୁଥିବା ଶ୍ରୀଉମା ଯାତ୍ରୀବାହି ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଘଟଣାନୁଯାୟୀ ଆଜି ସକାଳେ ଶ୍ରୀଉମା ଏକ ଯାତ୍ରୀବାହି ବସ ବ୍ରହ୍ମପୁରରୁ ଗୁଣୁପୁର ଅଭିମୁଖେ ଯାଉଥିବା ସମୟରେ କାଶୀନଗର ରୋଡ଼ ଶିଆଳି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ବସିଥିବା ଯାତ୍ରୀମାନେ ଅଳ୍ପକେ ବର୍ତିଯାଇଥିବା ସୂଚନା ମିଳିଛି । ବସକୁ କ୍ରେନ ସାହାଯ୍ୟରେ ବାହାର କରି ଯାତ୍ରୀମାନଙ୍କୁ ସୁରକ୍ଷାରେ ଅଣାଯାଇଛି ବୋଲି ଜଣାପଡ଼ିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା