କଟକ (ସମୃଦ୍ଧ ଓଡିଶା) ବେସରକାରୀ ଅର୍ଥଲଗଣକାରି ସଂସ୍ଥାର ଜୁଲମ। କଟକ ସଦର ନିର୍ବାଚନମଣ୍ଡଳୀର ଶତାଧିକ ମହିଳାମାନେ ବିଭିନ୍ନ ଯଥା ଏସକେଏସ, ମାଇକ୍ରୋ ଫାଇନାନସି, ବନ୍ଧନ ଇତ୍ୟାଦି ବେସରକାରୀ ସଂସ୍ଥାରୁ ଟଙ୍କା ଋଣ ନେଇଥିଲେ । ବର୍ତ୍ତମାନ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗତ ମାର୍ଚ୍ଚ ୨୨ରୁ ସାରା ଦେଶରେ ଲକଡାଉନ ଜାରୀ କରାଯାଇଥିବାରୁ କୌଣସି କାମ ଧନ୍ଦା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଭଳି ସମୟରେ ଋଣ ଶୁଝିବା ପ୍ରାୟତ ସମ୍ଭବ ନୁହେଁ କିନ୍ତୁ ଏହି ସଂସ୍ଥାର କର୍ମଚାରୀ ଆସି କିସ୍ତି ପୈଠ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଯେତେବେଳେ କି ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ଅକ୍ଟୋବର ପର୍ଯ୍ୟନ୍ତ କୌଣସି ବେଶକାରୀ ବା ସରକାରୀ ସଂସ୍ଥା କିସ୍ତି ମାଗି ପରିବେ ନାହିଁ । ସାଧାରଣତଃ ଋଣ ନେଇଥିବା ଗରିବ ଶ୍ରେଣୀର ମହିଳାମାନେ ତିନି ମାସ ହେଲା ଲକଡାଉନ ଯୋଗୁଁ କୌଣସି କାମ ଧନ୍ଦା ପାଇ ପାରି ନାହାନ୍ତି । ତେଣୁ ସମସ୍ତ ମହିଳାମାନେ ସରକାର ଋଣ ଛାଡ କରିବା ପାଇଁ ଦାବି କରିଛନ୍ତି । ଯଦି ଲୋନ ଛାଡ଼ କରା ନ ଯାଏ ତେବେ ସମସ୍ତ ମହିଳାମାନେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ବିଭୁଦତ୍ତ ରାଉତରାୟ