

ଛତ୍ରପୁର (ସମୃଦ୍ଧ ଓଡିଶା) ଋଷିକୂଲ୍ୟା ନଦୀର ପାଣି ସୁଅରେ ଭାସି ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି . ମୃତକ ଜଣକ ଗଞ୍ଜାମ ବ୍ଲକ ଯୁଡ଼ିଏସପୁର, ପଞ୍ଚାୟତ ଉମୁରିଧର୍ମ ଶରଣ ପୁର ଗ୍ରାମର କାମ୍ପ ପ୍ରଧାନ(୫୭) ବୋଲି ଜଣାପଡିଛି . ସୂଚନା ଅନୁୟାଯୀ କାମ୍ପ ନିଜ ଝିଅ ଶାଶୁଘର ପୋଟଲାମପୁର କୌଣସି କାମରେ ଯାଇ ନଦୀ ପାର ହୋଇ ଗାଁକୁ ଫେରୁଥିଲେ . ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାଣିର ସୁଅ ଯୋର ଥିଲା ଯାହା ଫଳରେ ସେ ଭାସି ଯାଇଥିଲେ . ଏହାପରେ ସ୍ଥାନୀୟ ଲୋକେ ଛତ୍ରପୁର ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ . କିନ୍ତୁ ଦମକଳ ବାହିନୀ ଆସି ପହଞ୍ଚିବା ପୂର୍ବରୁ ଗାଁ ଲୋକେ ମୃତ ଦେହକୁ ଉଦ୍ଧାର କରି ଦେଇଥିଲେ . ମୃତକଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସମିତିସଭ୍ୟ ଶତ୍ରୁଘ୍ନ ମହାଙ୍କୁଡ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି . ଗଂଜାମ ପୋଲିସ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡ଼ିଲାକୁ ପଠାଇଛନ୍ତି .
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


