ଏକ କୁଣ୍ଡା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ:୧ମୃତ,୧ଗୁରୁତର,୨ଆହତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗତ ବୁଧବାର ଦିନ ଅପରାହ୍ନ ସମୟରେ କେ.ନୂଆଗାଁ ଥାନା ଅନ୍ତର୍ଗତ ରତ୍ନେଶ୍ୱରୀ ମନ୍ଦିର ଛକ ନିକଟରେ ଏକ କୁଣ୍ଡା ବୋଝେଇ ୪୦୭ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭର ବରୁଣ ସେନ ନାୟକଙ୍କ ମୃତ୍ୟୁ ଘଟିଥିଲା, ତାଙ୍କ ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ମଣ୍ଡା ସାହିରେ ବୋଲି ସୂଚନା ମିଳିଛି । ଅନ୍ୟ ଏକ ଦୁର୍ଘଟଣା କଲ୍ୟାଣ ପୁର ଗ୍ରାମ ଛକ ନିକଟରେ ଏକ ଦ୍ରୁତଗାମୀ ବାଇକ ଧକ୍କା ମାରିବାରୁ କଲ୍ୟାଣପୁର ଗ୍ରାମର ବିଜୟ ଗୌଡ଼(୫୫) ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଦୁଇଟି ଗୋଡ଼ ଓ ବାମ ହାତ ଭାଙ୍ଗି ଯାଇଥିବା ଯୋଗୁଁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ପ୍ରକାରେ ଭୀଷ୍ମଗିରି ଗ୍ରାମର ଅଚ୍ୟୁତାନନ୍ଦ ପାତ୍ର ଓ ତାଙ୍କ ସାଙ୍ଗ ସୋରଡା ନିକଟ ପାଲକାଟୁ ଗ୍ରାମର ବାବୁଲା ମହାରଣାଙ୍କ ୩୩ଛ ୫୦୫୯ ହୋଣ୍ଡା ବାଇକ ଯୋଗେ ପାତ୍ରପୁର ଏକ ବାହାଘର ଭୋଜିକୁ ଯିବା ବାଟରେ କଲ୍ୟାଣ ପୁର ଗ୍ରାମର ବିଜୟ ଗୌଡ଼ ପୋଖରୀରୁ ଘରକୁ ଫେରିବା ବାଟରେ ତାଙ୍କୁ ଏହି ବାଇକ ଧକ୍କା ମାରିବା ଫଳରେ ଦୁର୍ଘଟଣା ଘଟିଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା