ଏକ ବଡ଼ ଧରଣର ସଡକ ଦୁର୍ଘଟଣା:୧୫ ଜଣ ମୃତ୍ୟୁ, ଅନେକ ଆହତ…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ହାଇଦ୍ରାବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଆନ୍ଧ୍ରପ୍ରଦେଶ କୁରନୋଲ ଜିଲ୍ଲାର ଭେଲଦୁର୍ଥୀରେ ଗତକାଲି ଘଟିଛି । ଏକ ଯାତ୍ରୀବାହୀ ବସ୍ ବିପରୀତ ଦିଗରୁ ଆସୁଥିବା ବେଳେ ଏକ ଭ୍ୟାନକୁ ଧକ୍କା ଦେଇଥିଲା ଫଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ତେଲେଙ୍ଗାନା ପୋଲିସର ସୂଚନା ଅନୁଯାୟୀ ଏକ ଦୁଇ ଚକିଆ ଗାଡ଼ିକୁ ସୁରକ୍ଷିତ ରଖିବାକୁ ଯାଇ ଯାତ୍ରୀବାହୀ ବସଟି ଭ୍ୟାନ ଉପରକୁ ମାଡ଼ି ଯାଇଥିଲା । ମୃତକଙ୍କ ଘର ତେଲେଙ୍ଗାନାର ଜୋଗୁଲମ୍ବା ଗଡଓ୍ଲଲ ଜିଲ୍ଲା ବୋଲି ଜଣାପଡ଼ିଛି । ଏକ ବିବାହ ନିର୍ବନ୍ଧ ସାରି ଘରକୁ କାରରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ମୃତକ ସମସ୍ତେ କାରରେ ଥିବା ଯାତ୍ରୀ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଓ୍ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ରେଡ଼ୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।