

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିତ୍ତଳପୁର ଅନ୍ତର୍ଗତ ଉଗ୍ରେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ୨୬ ତାରିଖ ଗୁରୁବାର ଏକଲ ଅଭିଯାନ ପକ୍ଷରୁ ଖଜୁରିଆକଟା-ରାସୋଳ ସଞ୍ଚର ଦ୍ୱାରା ଏକ ମିଳିତ ଅଭ୍ୟାସ ବର୍ଗ ଉଦଘାଟିତ ହୋଇଯାଇଛି । ଖଜୁରିଆକଟା ସଞ୍ଚର ସଦସ୍ୟ ବାନାମ୍ବର ପତିଙ୍କ ସଭାପତିତ୍ୱରେ ପୁର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜୋଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ପ୍ରାବନ୍ଧିକ ଦଣ୍ଡଧର ପତି ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ନରେଶ ପାଳ, ସାମ୍ବାଦିକ ପ୍ରଶାନ୍ତ କୁମାର ଜେନାମଣି, ଅଞ୍ଚଳ ସଭାପତି ଗିରିଜା ଶଙ୍କର ସାହୁ, ଅଞ୍ଚଳ ପ୍ରମୁଖ ନିର୍ମଳ ସାହୁ, ରାସୋଳ ସମିତି ସଭାପତି ହେମନ୍ତ ସାହୁ ପ୍ରମୁଖ ଯୋଗଦେଇ ଶିବିରାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ । ଏକଲ ଅଭିଯାନର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବନବାସୀ ତଥା ମଫସଲ ଅଞ୍ଚଳରେ କାର୍ଯ୍ୟକରି ଜନସାଧାରଣଙ୍କୁ ସଚେତନତା ପ୍ରଦାନ ସହ ସମାଜ ମୁଖ୍ୟ ସ୍ରୋତରେ ସାମିଲ ପ୍ରକ୍ରିୟାକୁ ଭୁୟସି ପ୍ରସଂସା କରିବା ସହ ଏକ ଆଦର୍ଶ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ପ୍ରୟାସ ଏକ ଯୁଗାନ୍ତ କାରି ପଦକ୍ଷେପ ବୋଲି ମୁଖ୍ୟଅତିଥି ଶିବିରାର୍ଥି ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ଆଚାର୍ଯ୍ୟା ମାନଙ୍କର ସେବା ଓ ତ୍ୟାଗ ଭାରତୀୟ ସଂସ୍କୃତି ଓ ପରଂପରାର ପ୍ରତିକ ବୋଲି ମୁଖ୍ୟବକ୍ତା ପ୍ରାବନ୍ଧିକ ଦଣ୍ଡଧର ପତି ପ୍ରକାଶ କରିଥିଲେ । ଅକାରଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିରଜା ପ୍ରସାଦ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଏକଲ ବିଦ୍ୟାଳୟର ଆଚାର୍ଯ୍ୟା ମାନେ ଶିବିରରେ ଯୋଗଦେଇ ଏକଲ ଅଭିଯାନ ସମ୍ପର୍କିତ ଅଭ୍ୟାସ ବର୍ଗରେ ଅଂଶ ଗ୍ରହଣ କରିଥିବା ବେଳେ ଗିରିଷ ସେଠୀ ଓ ବିମଳ ମହାପାତ୍ର ସକ୍ରିୟ ସହଯୋଗ କରିଥିଲେ । ଶେଷରେ ରଣଜିତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି