ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଗିରଫ କରିବ ପୋଲିସ । ଆଜି ସନ୍ଧ୍ୟାରୁ ସବୁ ଟୋଲ୍ ଗେଟ୍ ରେ ଡ୍ରାଇଭରଙ୍କୁ ଯାଞ୍ଚ କରାଯିବ ଓ ସେମାନେ ମଦ ପିଇଛନ୍ତି କି ନାହିଁ, ତାହା ଦେଖାଯିବ । ଡିଜିପି ବିଜୟ କୁମାର ଶର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ୧୪ଟି ଟୋଲଗେଟରେ ଚେକିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ମଦୁଆ ଡ୍ରାଇଭରଙ୍କୁ ଧରିବା ମାତ୍ରେ ବ୍ରେଥ ଆନାଲାଇଜର ଟେଷ୍ଟ କରିବା ସହ ୨ ଘଣ୍ଟା ମଧ୍ୟରେ ରକ୍ତ ପରୀକ୍ଷା କରାଯିବ । ସେହିଭଳି ମହିଳାଙ୍କ କ୍ଷେତ୍ରରେ କେବଳ ମହିଳା ଡାକ୍ତର ହିଁ ରକ୍ତପରୀକ୍ଷା କରିପାରିବେ । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ମଦୁଆ ଚାଳକଙ୍କର ବେଲ କରାନଯାଏ ତେବେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯିବ । ଏପରିକି କୋର୍ଟରେ ହାଜର କରାଯିବା ସହ ପ୍ରମାଣ ସ୍ୱରୂପ ଟୋଲଗେଟର ସିସିଟିଭି ଫୁଟେଜ ଦିଆଯିବ ।
ରିପୋର୍ଟ : ଆକାଶ ମିଶ୍ର