
ଭୁବନେଶ୍ଵର (ସମୃଦ୍ଧ ଓଡିଶା) କଟକ ଭୁବନେଶ୍ୱର ଏନଏଚରେ ଅନେକ ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣ ଚାଲିଯାଉଛି । ତେଣୁ ସେହି ରାସ୍ତାରେ ବ୍ଲାକସ୍ପଟ ଚିହ୍ନଟ କରି ସ୍ପିଡ୍ ବ୍ରେକର ଲଗାଇବାକୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ତାଗିଦ କରିଛନ୍ତି । କଟକ-ଭୁବନେଶ୍ୱର ଭିତର ଦେଇ ଯାଇଥିବା ଏନଏଚରେ ପ୍ରତିଦିନ ଦୁର୍ଘଟଣା ଘଟି ସପ୍ତାହକ ଭିତରେ ୫ ଜୀବନ ଗଲାଣି । ଏହା ପରେ ଆଜି ଟ୍ରାଫିକ ଅଧିକାରୀଙ୍କୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ତାଗିଦ କରିଛନ୍ତି । ଏନଏଚରେ ବ୍ଲାକସ୍ପଟ ଚିହ୍ନଟ କରି ସ୍ପିଡ୍ ବ୍ରେକର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଇଣ୍ଟରସେପ୍ଟର ଦ୍ୱାରା ଉକ୍ତ ରାସ୍ତାରେ ବେଗ ନିୟନ୍ତ୍ରଣ କରିବା ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର