ଏନଏସି କର୍ମଚାରୀ ସଂଘ ପକ୍ଷରୁ ଫଣୀ ବିପନ୍ନଙ୍କୁ ସହାୟତା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଏନଏସିରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କ ପକ୍ଷରୁ ଫଣୀ ବିପନ୍ନଙ୍କୁ ସହାୟତାର ହାତ ବଢାଇଛନ୍ତି । ବୁଧବାର ସମସ୍ତ କର୍ମଚାରୀମାନେ ମିଳିତ ଭାବେ ସଂଗ୍ରହ କରି ସମୁଦାୟ ୨୬ ହଜାର ୨୫୦ ଟଙ୍କାର ନଗଦ ଅର୍ଥ ରାଶି ଏବଂ ୩୦ ହଜାର ଟଙ୍କାର ଦ୍ରବ୍ୟ ସାମଗ୍ରୀ ଆଦି ସଂଗ୍ରହ କରି ଏନଏସି ନିର୍ବାହୀ ଅଧିକାରୀଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଥିଲେ । ଏଭଳି ଉଦ୍ୟମକୁ ସର୍ବତ୍ର ଭୂୟସୀ ପ୍ରଶଂସା ମିଳିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା