ଛତ୍ରପୁର (ସମୃଦ୍ଧ ଓଡିଶା) ଗତ ମଙ୍ଗଳବାର ଦିନ ଏନଏସି ପକ୍ଷରୁ ଛତ୍ରପୁର ହସ୍ପିଟାଲ ଫାଟକ ନିକଟରେ ସରକାରୀ ଜମି ଉପରେ ରହିଥିବା ୨ଟି ଦୋକାନକୁ ଭାଙ୍ଗି ଦିଆଯାଇଛି । ସୂଚନା ଯେ, ଏହି ଦୁଇଟି ଦୋକାନ ୨ ଭାଇଙ୍କର ଥିଲା ଏବଂ ଏହି ଦୁଇଟି ଦୋକାନ ରାସ୍ତା ଉପରକୁ ମଡ଼ାଇ ହୋଇ ରହିଥିଲା । ସେଠାରେ ଆଉ କେତେଜଣ ମଧ୍ୟ ସରକାରୀ ଜମିରେ ଅସ୍ଥାୟୀ ଭାବେ ଦୋକାନ କରି ବ୍ୟବସାୟୀ ଚଳାଇଛନ୍ତି । ଅନ୍ୟାନ୍ୟ ଦୋକାନ ସରକାରୀ ଜମି ଉପରେ ରହିଛି ଯେଉଁମାନେ କରିଛନ୍ତି ସେମାନଙ୍କୁ ଭାଙ୍ଗିବା ପାଇଁ ଏନଏସି ପକ୍ଷରୁ ନୋଟିସ ଜାରି କରାଯାଇଛି । ଖୁବ ଶୀଘ୍ର ସେଠାରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଏନଏସି ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି । ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ସୁବିଧା ପାଇଁ ଏନଏସି ପକ୍ଷରୁ ଦୋକାନ ଗୃହ ନିର୍ମାଣ କରି ଲିଜ ସୂତ୍ରରେ ଦିଆଯିବ ବୋଲି ଜଣାପଡ଼ିଛି । ଦୀର୍ଘ ବର୍ଷ ଧରି ହସ୍ପିଟାଲ ପାଚେରୀକୁ ଲାଗି କେତେଜଣ ଦୋକାନ କରି ରୋଗୀ ସମ୍ପର୍କୀୟଙ୍କୁ ବିଭିନ୍ନ ଏକ୍ସରେ ଓ ରକ୍ତ ପରୀକ୍ଷା ନାଁରେ ଲୁଟ କରୁଥିବା ଅଭିଯୋଗ ହୋଇଆସୁଥିଲା । ବର୍ତ୍ତମାନ ଏହି ଦୁଇ ଦୋକାନକୁ ଭାଙ୍ଗି ଦିଆଯାଇଛି ଏବଂ ଅନ୍ୟାନ୍ୟ ଦୋକାନକୁ ନୋଟିସ ଜାରି କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା