ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏପ୍ରିଲ ୪ ତାରିଖ ଗୁଳି କାଣ୍ଡ ଘଟଣାର ମୁଖ୍ୟ ଆସାମୀ ବୁଗୁଡା ଜଗତପାଟଣା ଗ୍ରାମର ସ୍ୱର୍ଗତ ମାଗୁଣି କରଙ୍କ ପୁଅ ମୁନା ଓରଫ ଅର୍ଜୁନ କର( ୩୨)କୁ ପୋଲିସ ଗିରଫ କରିବା ସହ ତାହାଠାରୁ ଏକ ପିସ୍ତଲ, ଏକ ୟାମାହା ଏଫଜେଡ ବାଇକ ଓ ୧୧ ଗୋଟି ମୋବାଇଲ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ପୂର୍ବରୁ ବୁଗୁଡା ଅରବିନ୍ଦ ନଗର ଚତୁର୍ଥ ଗଳିର ଭଗବାନ ସାହୁ(୨୭) ଓ ଧନୁ ସାହୁ (୨୧) ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ମୁଖ୍ୟ ଆସାମୀ ମୁନାକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ପ୍ରକାଶ ଥାଉକି ଗତ ଏପ୍ରିଲ ୪ ତାରିଖ ଭୋର ପ୍ରାୟ ସାଢ଼େ ଚାରିଟା ସମୟରେ ନୟାଗଡ଼ ଜିଲ୍ଲା ଫତେପୁର ଥାନା ଅନ୍ତର୍ଗତ ମଣିପୁର ଢେପସାହିର ରଞ୍ଜନ ଦଳେଇଙ୍କୁ ଅତି ନିକଟରୁ ପିସ୍ତଲରେ ଗୁଳିମାଡ଼ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା । ଭୁବନେଶ୍ୱର ବ୍ରାଉନ ସୁଗାର ଜବତ ଘଟଣାରେ ରଞ୍ଜନଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଥିଲା । ଏନେଇ ବୁଗୁଡା ଥାନା କେଶ ନଂ ୮୪ ତାରିଖ ୮/୪/୨୦ ଧାରା ୩୨୦, ୧୨୦ ବି, ୨୫, ୨୭ ଆର୍ମ ଆକ୍ଟ, ୩ (୨)ଓ ଏସସି ଏଣ୍ଡ ଏସଟି ଆକ୍ଟ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା । ମୁନାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଅଥିବା ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା