

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଏମ୍ କେସିଜି ମେଡିକାଲ କଲେଜରେ ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦୂରା ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡା. ଅବନିକାନ୍ତ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ଡା.ଦୁର୍ଗାମାଧବ ଶତପଥୀ ଉପସ୍ଥିତ ରହିଥିଲେ । ଏଡସ ନିରାକରଣ ନିମନ୍ତେ କିପରି ଭାବେ ସଚେତନତା କରିବା ନେଇ ଡିସେମ୍ବର ପହିଲାକୁ ବିଶ୍ୱ ଏଡସ ଦିବସ ପାଳିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଡାକ୍ତର ନରେନ୍ଦ୍ର କୁମାର ବେହେରା, ଡାକ୍ତର ଅଧିକ୍ଷକ ସନ୍ତୋଷ କୁମାର ମିଶ୍ର, ବକ୍ତା ଭାବେ ଡାକ୍ତର ସତ୍ୟଦର୍ଶୀ ପଟ୍ଟନାୟକ, ଡାକ୍ତର ଏମ.ଭି.ନରସିଂହ, ଡାକ୍ତର ଓଂଇ. ରୋଜା ରମଣୀ, ଡାକ୍ତର ଡି.ଶୋଭା ମାଳିନୀ ପ୍ରମୁଖ ଯୋଗଦେଇ ଏହି ଦିବସର ପାଳନ ଅବସରରେ ଯଥାର୍ଥତା ଉପରେ ଆଲୋକପାତ କରିଥିଲେ । ଏହାସହ ଏଡସକୁ ପ୍ରତିହତ କରିବା ପାଇଁ ବୈଠକରେ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
