



ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଲକ୍ଷ୍ମଣ ଭବନରେ ଏଲଆଇସି ଏମ୍ପାଇଜ ଫେଡ଼େରେସନର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜୀବନ ବୀମା ନିଗମ କର୍ମଚାରୀ ସଂଘର ସଭାପତି ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବରିଷ୍ଠ ସମାଜସେବୀ ପ୍ରଫୁଲ କୁମାର ପଟ୍ଟନାୟକ ବର୍ତ୍ତମାନ ସଂଗଠନମାନଙ୍କୁ ଏକତ୍ରିତ ହୋଇ ଶ୍ରମିକମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ମିଳନୀ ଏଏଲଆଇସିଇଏଫ ସର୍ବ ଭାରତୀୟ ସାଧାରଣ ସମ୍ପାଦକ ରାଜେଶ କୁମାର, ପାଟଣା ସ୍ଥିତ କ୍ଷେତ୍ରୀୟ ସଂପାଦକ ସଞ୍ଜୟ କୁମାର ଓ ଏଆଇଟିୟୁସି ଓଡିଶା ରାଜ୍ୟ ସଂପାଦକ ସୌରୀବନ୍ଧୁ କର ଅଂଶ ଗ୍ରହଣ କରି ଏଲଆଇସି ଆଫ ଇଣ୍ଡିଆ ଯେଉଁ ଅବରୋଧ ସୃଷ୍ଟି କରାଯାଉଛି ତାଉପରେ ଆଲୋକପାତ କରାଇଥିଲେ । ବୀମା କର୍ମଚାରୀ ସଂଘ ସମ୍ପଦକ ସୁରେଶ ଚନ୍ଦ୍ର ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରାଇଥିଲେ । ସମ୍ମିଳନୀରେ କୋରାପୁର, ଜୟପୁର, ପାରଳାଖେମୁଣ୍ଡି, ରାୟଗଡା ଆଦି ଶାଖା କାର୍ଯ୍ୟାଳୟରୁ ବହୁ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ବିକାଶ ଅଧିକାରୀ ସଂଘ ସଂପାଦକ ପ୍ରଭାକର ନାହାକ, ଅଭିକର୍ତ୍ତା ସଂଘ ସଂପାଦକ ରମେଶ ନନ୍ଦ ଓ ଗଞ୍ଜାମ ଜିଲ୍ଲା ଏଆଇଟିୟୁସିର ସାଧାରଣ ସମ୍ପାଦକ ଅଳକାନାଥ ମିଶ୍ର, ଉପସଭାପତି ବୃନ୍ଦାବନ ପଲେଇ ପ୍ରମୁଖ ଅଂଶ ଗ୍ରହଣ କରି ସଂଘର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମିଳନୀରେ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ସନାତନ ଆଚାର୍ଯ୍ୟ, ସାଧାରଣ ସଂପାଦକ ଭାବେ ସୁରେଶ ଚନ୍ଦ୍ର ତ୍ରିପାଠୀ, କୋଷାଧ୍ୟକ୍ଷ ଭାବେ ଝଡିଆ ମୁଦୁଲି, ସାଙ୍ଗଠନିକ ସଂପାଦକ ଭାବେ ଭେଙ୍କଟ ରାଓ ଓ ତପନ ହୋତା ମନୋନୀତ ହୋଇଥିଲେ । ଛତ୍ରପୁର ଶାଖାର ରବୀନ୍ଦ୍ର କୁମାର ପଣ୍ଡା, ତପନ କୁମାର ସାହୁ, ଅଣାକାର ସ୍ୱାଇଁ ପ୍ରମୁଖ ସଭା ପରିଚାଳନା କରିଥିଲେ । ରବୀନ୍ଦ୍ର ରଥ ଓ ପ୍ରଦୀପ କୁମାର ଶତପଥୀ ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋଟ : ନିମାଇଁ ଚରଣ ପଣ୍ଡା



