ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ସଞ୍ଜୟ ସ୍ମାରକୀ ବୈଷୟିକ ଶିକ୍ଷାନୁଷ୍ଠାନ (ଏସ.ଏମ.ଆଇ.ଟି)ର ସଭାପତି ଡ଼ଃ. ଭଗବାନ ଗନ୍ତାୟତଙ୍କୁ ‘ଦି ଇକୋନାମିକ ଫାର ହେଲଥ ଏଣ୍ଡ ଏଡୁକେଶନ ଗ୍ରୋଥ’ ନୂଆଁଦିଲ୍ଲୀ ତରଫରୁ ଆଜି ତଥା ନଭେମ୍ବର ୩୦ ତାରିଖ ଶୁକ୍ରବାର ଦିନ ଦିଲ୍ଲୀ ସ୍ଥିତ କନଷ୍ଟ୍ରସନ କ୍ଳବ ଅଫ ଇଣ୍ଡିଆର ସ୍କିପକର କକ୍ଷରେ ଆୟୋଜିତ ଏକ ଜାତୀୟ ସେମିନାରରେ ସମ୍ବର୍ଦ୍ଧନା ଉତ୍ସବରେ ଡ଼ଃ. ଗନ୍ତାୟତଙ୍କୁ କ୍ଵଲିଟି ଅଫ ଏକସିଲେନସ ଏୱାର୍ଡ଼ ୨୦୧୮ ନାମକ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମାନଜନକ ଏୱାର୍ଡ ସମସ୍ତ ଦିଗରୁ ମାନବ ବିକାଶ, ମାନବ ଶ୍ରେଷ୍ଠ, ଶିକ୍ଷା, ସଂସ୍କୃତି, ସାମାଜିକ ସେବା ଇତ୍ୟାଦି କାର୍ଯ୍ୟରେ ଚରମ ପରାକାଷ୍ଠା ତଥା ନିଃସ୍ୱାର୍ଥପର ସେବକ ଭାବେ ପ୍ରତିଷ୍ଠା ପାଇଥିବା ବିରଳ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ । ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷକତା ଲାଭ କରିଥିବା ଯୋଗୁଁ ଡ଼ଃ. ଭଗବାନ ଗନ୍ତାୟତଙ୍କୁ ଏହି ଏୱାର୍ଡ ପ୍ରଦାନ କରାଯାଇଥିଲା । ଏହି ଆୟୋଜିତ ଉତ୍ସବରେ ମେଜର ବେଡ ପ୍ରସାଦ, ଚେୟାରମ୍ୟାନ ଅଫ ଏ.ଆଇ.ସି.ସି ଏହି ଏୱାର୍ଡ ପ୍ରଦାନ କରିଥିଲେ । ତାଙ୍କ ସହ ମିଃ. ମନୋଜ ତିୱାରି, ମେମ୍ବର ଲୋକସଭା, ମିଃ. ମହେଶ ଗିରି, ମେମ୍ବର ଲୋକସଭା, ମିଃ. ମୁକୀଓ ରୁତିସ ସାହା, କାଉନସିଲର, ହାଇକମିଶନର ଅଫ ରଓଣ୍ଡା, ଡ଼ଃ. ଭି.ଏସ. ସୋନି, ଫର୍ମର ଡିପ୍ଲୋମେଟ ଏଣ୍ଡ ରିଟାଇଡ଼ ଏମ୍ବାସିଡ଼ର, ମେଜର ବେଦ ପ୍ରସାଦ, ଚେୟାରମେନ ଅଫ ଏ.ଆଇ.ସି.ସି., ମିଃ. ପି.ପି. ନଇଲୱାଲା, ଭାଇସଚେୟାରମେନ, ଉତ୍ତରାଖଣ୍ଡ ତାଙ୍କ ସହ ଉପସ୍ଥିତ ଥିଲେ । ଡ଼ଃ. ଗନ୍ତାୟତ ଏହି ଭଳି ଚାଳସି ଗୋଟି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନୀତ ହୋଇ ପାରିଛନ୍ତି । ଡ଼ଃ. ଗନ୍ତାୟତ ଏହି ପୁରସ୍କାର ପାଇବା ପରେ କହିଛନ୍ତି ଯେ, ଗଞ୍ଜାମ ତଥା ଦକ୍ଷିଣ ଓଡିଶାବାସୀଙ୍କ ପାଇଁ ଏହା ଏକ ଗୌରବାଜନିତ ପୁରସ୍କାର । ଏହି ପୁରସ୍କାର ପାଇ ସେ ନିଜକୁ ଗୌରବାନ୍ୱିତ କରିବା ସଙ୍ଗେ ସଙ୍ଗେ ଏସ.ଏମ.ଆଇ.ଟି ର କୃତୀ ଛାତ୍ରଛାତ୍ରୀମାନେ ଯେପରି ଦେଶ ବିଦେଶରେ କର୍ମ ନିଯୁକ୍ତି ପାଇ ସୁନାମ ଅର୍ଜନ କରିବେ, ସେଥିପାଇଁ ସେ ଉଦ୍ୟମ ସଦାସର୍ବଦା ଜାରି ରଖିବେ . ଡ଼ଃ. ଗନ୍ତାୟତଙ୍କୁ ଏହି ପୁରସ୍କାର ମିଳିବା ଅବସରରେ ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ, କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଅଧ୍ୟକ୍ଷ ଡ଼. ଜଗନ୍ନାଥ ସାହୁ, ଇଂ. ସୁଧାଂଶୁ ମୋହନ ପାଢ଼ୀ, ପ୍ରଫେସର ଡ଼. ସତ୍ୟବ୍ରତ ଦାସ, ପ୍ରଫେସର ଅମୀୟ କୁମାର ସାବତ, ଇଂ. ଏନ.ପି. ସାହୁ, ପ୍ରଫେସର ଜିତେନ୍ଦ୍ର କୁମାର ସାହୁ, ଡ଼. ମନୋଜ କୁମାର ମୁନି, ଇଂ. ରାମଚନ୍ଦ୍ର ପାତ୍ର, ଡ଼ଃ. ଭାରତୀବାଳା ପଟ୍ଟନାୟକ, ପ୍ରଶାସନ ଅଧିକାରୀ ବିନାୟକ ପାତ୍ରଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, ଏସ.ଏମ.ଆଇ.ଟି ର ସମସ୍ତ ସଭ୍ୟ, କର୍ମଚାରୀ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି ।
ରିପୋର୍ଟ : ରବି ପଟ୍ଟନାୟକ ଓ ନିମାଇଁ ଚରଣ ପଣ୍ଡା