

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ସର୍ବ ପୁରାତନ ବୈଷୟିକ ଅନୁଷ୍ଠାନ ତରଫରୁ ଆଜି ବ୍ରହ୍ମପୁର କମାପଲ୍ଲୀ ଛକରେ ଏସଏମଆଇଟି ତରଫରୁ କରୋନା ଭୁତାଣୁ ସଂକ୍ରମଣ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ଡ଼.ଭଗବାନ ଗନ୍ତାୟତଙ୍କ ତତ୍ୱାବଧାନରେ ଛକ ନିକଟରେ ପ୍ରାୟ ୫୦୦ ଜଣଙ୍କୁ ମେକ୍ସ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ, ଯୁକ୍ତ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ସଭ୍ୟ ଡ଼. ପ୍ରଦ୍ୟୁମ୍ନ ଗନ୍ତାୟତ, ଡ଼. ସୋନାଲି ସାହୁ, ଯୁକ୍ତ ଦୁଇ କଲେଜର ନିର୍ଦ୍ଧଶିକା ଶ୍ରୀମତୀ ପ୍ରଜ୍ଞା ପଣ୍ଡା, ଆଇନଜୀବୀ ଅମୀୟ କୁମାର ପଣ୍ଡା, ସୁନୀଲ କୁମାର ସାହୁ ଓ ଯୁକ୍ତ ଦୁଇର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା




