

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ସଞ୍ଜୟ ମେମୋରିଆଲ ବୈଷୟିକ ଅନୁଷ୍ଠାନ (ଏସଏମଆଇଟି) ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ଆମର କୋଭିଡ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ୩୦ ତାରିଖ ଶନିବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ସାମାଜିକ ଦୂରତା ରକ୍ଷା କରି ଅନୁଷ୍ଠାନର ପରିଚାଳନ କମିଟିର ସଭ୍ୟ ଓ କର୍ମଚାରୀମାନେ ବ୍ରହ୍ମପୁର ହିଲପାଟଣା ସ୍ଥିତ ଏସଏମଆଇଟି ସମ୍ମିଳନୀ ଗୃହରେ ସଂଗୀତ ଗାନ କରିଥିଲେ । ଏଥିରେ ଅନୁଷ୍ଠାନର ସଭାପତି ଡ଼. ଭଗବାନ ଗନ୍ତାୟତ, ସମ୍ପାଦକ ଜାମୁଲା ଶଙ୍କର ନାରାୟଣ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା, ସଭ୍ୟ ଇଂ. ଶରତ ଚନ୍ଦ୍ର ଚୌଧୁରୀ, ବରିଷ୍ଠ ଆଇନଜୀବୀ ଡ଼. ସଚିଦାନନ୍ଦ ରଥ, ବୟୋଜ୍ୟେଷ୍ଠ ଡାକ୍ତର ଡ଼. ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ସଭ୍ୟ ଡ଼. ସୋନାଲି ଗନ୍ତାୟତ, ଅଧ୍ୟକ୍ଷ ଡ଼. ଜଗନ୍ନାଥ ସାହୁ, ଅଧ୍ୟକ୍ଷ ସୁଧାଂଶୁ ମୋହନ ପାଢ଼ୀ, ଅଧ୍ୟକ୍ଷ ଡ଼. ସତ୍ୟବ୍ରତ ଦାସ, ଅଧ୍ୟକ୍ଷ ଡ଼. ମନୋଜ କୁମାର ମୁନି, ଅଧ୍ୟକ୍ଷ ଡ଼. ମଞ୍ଜୁପ୍ରଭା ଦାସ, ଅଧ୍ୟକ୍ଷ ଡ଼. ହରିକୃଷ୍ଣ ବେହେରା, ଅଧ୍ୟକ୍ଷ ଇଂ. ରାମଚନ୍ଦ୍ର ପଣ୍ଡା, ଅଧ୍ୟକ୍ଷ ଇଂ. ସବ୍ୟସାଚୀ ପଟ୍ଟନାୟକ, ଅଧ୍ୟକ୍ଷ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଅଧ୍ୟକ୍ଷ ମମତା ସାହୁ, ସୀତାରାମ ପଣ୍ଡା, ପ୍ରଶାସନିକ ଅଧିକାରୀ ବିନାୟକ ପାତ୍ର, ରବି ପଟ୍ଟନାୟକ, ଶ୍ରଦ୍ଧାରାଣୀ ଦାସ, କେଦାର ନାଥ ଦାସ, ବିଜୟ ଚନ୍ଦ୍ର ଚୌଧୁରୀ, କେ. ପ୍ରସାଦ ରେଡ୍ଡୀ, ପ୍ରଶାନ୍ତ କୁମାର ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

