ଗଜପତି (ସମୃଦ୍ଧ ଓଡିଶା) ଆଜି ଏସକେସିଜି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତିୟ ଶିକ୍ଷା ନୀତି ଖସଡା ୨୦୧୯ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଗାୟତ୍ରୀ ଦେବୀଙ୍କ ଅଧ୍ୟକ୍ଷତାରେ ଜାତିୟ ଶିକ୍ଷାନୀତି ଶିର୍ଷକରେ ଜାତିୟ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ଡ.ସ୍ନେହପ୍ରଭା ପଣ୍ତା ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ. ଜିତେନ୍ଦ୍ର ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ଆଲୋଚନା ଚକ୍ରର ଉଦ୍ଧେଶ୍ୟ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଆଦ୍ୟ ପର୍ଯ୍ୟାୟରେ ଆମନ୍ତ୍ରିତ ଅତିଥି ଇଂରାଜୀ ବିଭାଗର ଅବସର ପ୍ରାପ୍ତ ପ୍ରଫେସର ଡ. ରଣଜିତ କୁମାର ପତି ଜାତିୟ ଶିକ୍ଷାନୀତି ଖସଡାର ଉତ୍କର୍ଷତା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ସେଠିଟୁରିୟନ ବିଶ୍ୱ ବିଦ୍ୟାଳୟର ଇଂରାଜୀ ବିଭାଗର ଡ.ପ୍ରଜ୍ଞାପାଣି ସ୍ୱାଗତ ଉପସ୍ଥାପନ କରିଥିଲେ । ଜବହାରଲାଲ୍ ନେହୁରୁ ବିଦ୍ୟାଳୟ(ନୁଆଦିଲ୍ଲୀ)ର ଶିକ୍ଷା ଓ ସମାଜ ଶାସ୍ତ୍ର ବିଭାଗର ସହାୟକ ପ୍ରଫେସର ପ୍ରଦିପ କୁମାର ଚୌଧୁରୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଭାରତ ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କର ଶିକ୍ଷାନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ଆଲୋଚନାଚକ୍ରର ସଂଯୋଜକ ଡ.ଭଯୋମନ ବେହେରା ଏବଂ ଆୟଜନ ସଚିବଭାବେ ଡ.ବିଘ୍ନେଶ୍ୱର ମିଶ୍ର, ଡ.ସନ୍ଦିପନ ବାନାର୍ଜୀ, ବୈଲୋଚନ ବେହେରା ସକ୍ରିୟ ଭୁମିକା ଗ୍ରହଣ କରିଥିଲେ । ଏହି ଆଲୋଚନା ଚକ୍ରରେ ସର୍ବଭାରତୀୟ ସ୍ତରରେ ୧୨୩ ଜଣ ପ୍ରତିଭାଗି ଯୋଗ ଦେଇଥିଲେ । ପରିଶେଷରେ ଅଧ୍ୟାପକ ଡ. ଚନ୍ଦ୍ରଶେଖର ଦାସ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା