

ଛତ୍ରପୁର (ସମୃଦ୍ଧ ଓଡିଶା) ଗଂଜାମ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ (ତିରୋଧାନ) ଦିବସ ପାଳିତ ହୋଇଯାଇଛି । ଏଥିରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ, ଅତିରିକ୍ତ ଏସପି ପତିତପାବନ ଚୈାଧୂରୀ, ଡିଏସପି କେଶବ ଚନ୍ଦ୍ର ବେହେରା, ଦିଲ୍ଲୀପ ଦାସ ଓ ଏସ.ପ୍ରଧାନ, ରିଜର୍ଭ ଇନିସପେକ୍ଟର ସୁବଳ ସୋରେନ, ଇନିସପେକ୍ଟର ବୈଦେହୀ ବେହେରା, ଏ.ରାବଣା ରାଓଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା