ଢେଙ୍କାନାଳ (ସମୃଦ୍ଧ ଓଡିଶା) ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ ମଳୟ ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ କ୍ରମ ସ୍ଥାନୀୟ ଆଞ୍ଚଳିକ ଡିଗ୍ରୀ କଲେଜ, ସିମୀନଇ, ଢେଙ୍କାନାଳ ପରିସରରେ ଏସିଡ ଆକ୍ରମଣ, ଭାରତୀୟ ପିଙ୍ଗଳ ଧାରା ଓ ପୀଡିତା ସହାୟତା ରାଶି ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅରୁଣ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଆଞ୍ଚଳିକ ଡିଗ୍ରୀ କଲେଜର ଅଧ୍ୟକ୍ଷ ଧରଣୀଧର ବାରିକ ଉପସ୍ଥିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଗଣେଶ କୁମାର ବେହେରା, ପି.ପି(ଇନଚାର୍ଜ), ଡ଼କ୍ଟର ଶକ୍ତିସୁଧା ଶୁଭଦର୍ଶିନୀ(M.O, AYUSH, C.H.C, ଓଡାପଡା), ଉଦିତ ବାଟୁଶର୍ମା A.P.P, PMJJB, ବିଜୟ କୁମାର ସେଠି (S.I) ଝାରଗାଡ଼ିଆ, କୁମ୍ଭ କର୍ଣ୍ଣ ରାଉଳ (ASI, HRPS, DPO), ଲିଆଜାନ ଖାଁ (S.I), ହେମନ୍ତ କୁମାର ପାଢ଼ୀ (ASI, DCRB, DPO) ପ୍ରମୁଖ ଉପସ୍ଥିତ ରହି ଏସିଡ ଆକ୍ରମଣରେ ଶିକାର ହୋଇଥିବା ପୀଡିତା, ଆକ୍ରମଣକାରୀ, ଭାରତୀୟ ପିଙ୍ଗଳ ଧାରା ଏବଂ ପୀଡିତା ସହାୟତା ରାଶି ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଏସିଡ ଅକରଣକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଥିବା କଠୋର ଦଣ୍ଡ ବିଧାନ ଏବଂ ଏସିଡ ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆଇନ ଅନୁଯାୟୀ ବିଭିନ୍ନ ସହାୟତା ରାଶି ବିଷୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅରୁଣ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏଭଳି ଆକ୍ରମଣର ଶିକାର ହୋଇଥିବା ଏସିଡ ପୀଡିତାଙ୍କୁ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇଥାଏ । ଏଥି ସହିତ ଦୋଷୀକୁ ଦଣ୍ଡ ଦେବାରେ ପୀଡିତା ଯଦି କୋର୍ଟକୁ ସହଯୋଗ କରନ୍ତି, ତେବେ ପୀଡିତାଙ୍କୁ ମାଗଣାରେ ସହାୟତା ଯୋଗାଇ ଦିଆଯିବ । ଏସିଡ ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିର ପ୍ରାଥମିକ ଚିକିତ୍ସା ବିଷୟରେ ଡକ୍ଟର ଶକ୍ତିସୁଧା ଶୁଭଦର୍ଶିନୀ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଗଣେଶ କୁମାର ବେହେରା, ପି.ପି(ଇନଚାର୍ଜ) ଏକ ସତ୍ୟ ଘଟଣାକୁ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଏସିଡ ଆକ୍ରମଣର ଭୟାବହତା ବିଷୟରେ ଅବଗତ କରାଇଥିଲେ । ଏହି ସଚେତନତା ଶିବିରକୁ ସୁଜିତ କୁମାର ସାମଲ, ଅଧ୍ୟାପକ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ, ପ୍ରାଧିକରଣର ପିଏଲ ଭି ଅଭିରାମ ବାରିକ, ଅଖିଳ ନାଏକ, ଧନେଶ୍ୱର ରାଉଳ, ପ୍ରଭାତ ନାୟକ, ପ୍ରଫୁଲ ନାଏକ ଶିବିର ପରିଚାଳନାରେ ସହାୟତା କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି