ଏସ୍ ଟିଭି ଓଡିଆ ନ୍ୟୁଜ୍ ଚେନାଲର ୩ୟ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ବାଦିକତା ଗୋଟିଏ ପେସା ନୁହେଁ କୋଟିଏ ନିଶା । ସମାଜ, ସରକାର ଓ ଗଣତନ୍ତ୍ରର ଭିତ୍ତିଭୂମିକୁୂ ସୁଦୃଢ କରିବାପାଇଁ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ମତବ୍ୟକ୍ତ କରିଛି । ରବିବାର ପୂର୍ବାହ୍ନରେ ଜଳେଶ୍ୱର ଇନ୍ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଏସ୍‌ଟିଭି ଓଡିଆ ୩ୟ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ମହାନ୍ତି ଉପରୋକ୍ତ ମତବ୍ୟକ୍ତ କରିବା ସଂଗେ ସଂଗେ ଗଣତନ୍ତ୍ର ରାଷ୍ଟ୍ରରେ ମୁଦ୍ରିତ ଓ ବୈତ୍ୟୁତିକ ଗଣମାଧ୍ୟମର ଗୁରୁତ୍ୱକୁ କେହି ଅଶ୍ୱୀକାର କରିବେ ନାହିଁ ବୋଲି ସେ ପ୍ରକାଶ କରିଥିଲେ । ଏସ୍ ଟିଭିର ପରିଚାଳନା ନିର୍ଦ୍ଦେଶକ ଅରୁଣ ଜେନା ପୌରହିତ୍ୱ ଅନୁଷ୍ଠିତ ଉତ୍ସବରେ ଗୋପାଳପୁର ମହାବିଦ୍ୟାଳୟର ପ୍ରାଧ୍ୟାପକ ଅଭୟ କୁମାର ମହାନ୍ତି ଯୋଗଦେଇ ସତ୍ୟର ପରିପ୍ରକାଶ କରିବା ସାମ୍ବାଦିକର ପ୍ରକୃତ ଧର୍ମ ବୋଲି ପ୍ରକାଶ କରିଥିଲେ । ବିଶିଷ୍ଟ ବକ୍ତାରୂପେ ପୂର୍ବତନ ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ଚରଣ ପାତ୍ର, ସମ୍ମାନୀତ ଅତିଥିଭାବେ ଇଂରାଜୀ ଲେଖକ ଇ କିରଣ ମୋହନ, ଉପଦେଷ୍ଟା ସତ୍ୟସୂନ୍ଦର ଦାସ, ସାମ୍ବାଦିକ ଦିଲ୍ଲିପ କୁମାର ଦାସ, ନିର୍ଦ୍ଦେଶକ ବିଷ୍ମୟ ବେହେରା ଉଦ୍‌ବୋଧନ ଦେଇଥିଲେ । ପ୍ରାରମ୍ଭରେ ଭୋଗରାଇ ପ୍ରତିନିଧି ରରିତ ଶପନ ପଣ୍ଡା ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ । ଏହି ଅବସରରେ ପୂର୍ବତନ ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମାନସ ସେଠୀ, ସମାଜସେବୀ ନିତ୍ୟାନନ୍ଦ ଦାସ, ସରପଂଚ ଦିଲ୍ଲିପ କୁମାର ସାମଲ, ଡ. ରମାକାନ୍ତ ବେହେରା, କାର୍ତ୍ତିକ ଚନ୍ଦ୍ର ଦାସ, ଗୌତମ ପ୍ରଧାନ, ଧନେଶ୍ୱର ସାହୁ, ଡ. ପଦ୍ମଲାଭ ପ୍ରଧାନ, ପୁଷ୍ପଞ୍ଜଳି ଟୁଡୁ, ରାକେଶ କୁମାର ମହାକୁଡ, ସୁଜାତା ପଣ୍ଡା, ବାଜୁଆ ପାତ୍ର, ଜାନକୀ ବଲ୍ଲଭ ମାନ୍‌ଧାତା, ରାଜକିଶୋର ଜେନା, ସୁକୁମାର ରଣା, ଦିଲ୍ଲିପ କାମିଳାଙ୍କ ସମେତ ଏସ୍ ଟିଭିର ସମସ୍ତ ଜିଲ୍ଲା ପ୍ରତିନିଧି ଓ ବ୍ଲକ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୃତ୍ୟାଙ୍ଗନା ପ୍ରଜ୍ଞାସ୍କିତା ବାରିକ, ପ୍ରଜ୍ଞାପାରମିତା ପ୍ରଧାନ ଓ ଧରିତ୍ରୀ ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲେ । ଶେଷରେ ଜଳେଶ୍ୱର ପ୍ରତିନିଧି ମନୋରଜ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା