

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପଭୋକ୍ତାଙ୍କୁ ସୁବିଧାରେ ଇଣ୍ଟରନେଟ ଯୋଗାଇଦେବା ନିମନ୍ତେ ଏକ୍ସ-ଏୟେରଟେଲ୍ ଷ୍ଟ୍ରୀମ୍ ଫାଇବେର୍ ଶାଖା ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ବିଜେଡି ବରିଷ୍ଠ ଯୁବନେତା ତଥା ପୂର୍ବତନ କାଉନ୍ସିଲର ଟି.ଚନ୍ଦ୍ରଶେଖର ରାଓ ମୁଖ୍ୟଅତିଥୀ ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏୟେରଟେଲ୍ ବିଜିନେସ ଏମ୍.ଡ଼ି. ରାଜେଶ କୁମାର ଦାଶ୍, ଇଂ.ପ୍ରଦୀପ କୁମାର ଦଳେଇ (ପ୍ଲାନିଂ), ଆଶିଷ କୁମାର ଜେନା, ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ପ୍ରକଳ୍ପର ଉତ୍ତୋରତର ଉନ୍ନତି କାମନା କରିଥିଲେ । ମହାବୀର ଡିଜିଟାଲ ଭିଜନ ପକ୍ଷରୁ ଜି.ରାଙ୍ଗାରାଓ ଏବଂ ଗାୟତ୍ରୀ ଡିଜିଟାଲ ଭିଜନ ପକ୍ଷରୁ ରାମଚନ୍ଦ୍ର ବେହେରା ଏହି ଏୟେରଟେଲ୍ ଇଣ୍ଟରନେଟ ଯୋଗାଣ ସଂସ୍ଥା ପରିଚାଳନା ହେଉଥିବାବେଳେ ଏହି ସଂସ୍ଥାର ଆନୁଷ୍ଠାନିକ ଉଦଘାଟନୀରେ କୃଷ୍ଣଚନ୍ଦ୍ର ଚୋୖଧୁରୀ, ଜି.ମୋହନ ରେଡ୍ଡୀ, ଛତ୍ରପୁର ବିଧାୟକଙ୍କ ପ୍ରତିନିଧି ଉମା ରେଡ୍ଡୀ ଓ ବି.ଶ୍ରୀନିବାସ ରାଓ ପ୍ରମୁଖ ବହୁ ବ୍ୟକ୍ତିଯୋଗଦେଇ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ସଦରମହକୁମା ଛତ୍ରପୁର ସହର ଓ ସହରତଳିଅଞ୍ଚଳ ଯଥା- ପାଲିଆଛତ୍ରପୁର, ବାଟ-ଛତ୍ରପୁର, ତରେଇପାଟପୁର, ବାସନାପଲ୍ଲୀ, ବାଲିବଗଡ଼, ସାହେବଜେନାପଲ୍ଲୀ, କୁମାରବେଗପଲ୍ଲୀ, ହୁମର, ପୋଡାପଦର ଆଦି ଅଞ୍ଚଳକୁ ଏହି ଏୟେରଟେଲ୍ ଷ୍ଟ୍ରୀମ୍ ଫାଇବେର୍ ମାଧ୍ୟମରେ ସୁପରଫାଷ୍ଟ ଇଣ୍ଟରନେଟ ଯୋଗାଇ ଦେଵ ଯାହା ଫଳରେ ବିଦ୍ୟାର୍ଥୀଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାଧାରଣ ପାଠ୍ୟକ୍ରମ ଆଦି ସୁବିଧାରେ ଉପଲବ୍ଧି ହୋଇପାରିବ ଉଦ୍ୟକ୍ତା ଗଣମାଧ୍ୟମ ଆଗରେ ସୂଚାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା