କଟକ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓକିଲ ଆନ୍ଦୋଳନ ବନ୍ଦ ହୋଇନାହିଁ । ବରଂ ଆହୁରି ତେଜିଛି। ଆଜି ହାଇକୋର୍ଟ ମୁଖ୍ୟ ଫାଟକରେ ଆଇନଜୀବୀମାନେ ତାଲା ପକାଇଛନ୍ତି। କୋର୍ଟ ପରିସରକୁ ବିଚାରପତିଙ୍କୁ ଆଇନଜୀବୀ ଛାଡ଼ୁ ନାହାନ୍ତି। ଅଭିଯୁକ୍ତ ପୁଲିସ୍ଙ୍କୁ ଗିରଫ ଦାବିରେ ଓକିଲ ସଂଘ ଅଟଳ ରହିଛି।ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନ୍ଦୋଳନରୁ ଓହରିବାକୁ ଗତକାଲି ଓକିଲଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ଏକପାଖିଆ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଓକିଲମାନେ ଅଭିଯୋଗ କରିଛନ୍ତି।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଜି ବୈଠକ ହେବାର ଥିଲା। କିନ୍ତୁ ତା’ ପୂର୍ବରୁ ହାଇକୋର୍ଟରେ ତାଲା ପକାଇଥିଲେ ଓକିଲ ସଂଘ । କଟକରେ ଓକିଲଙ୍କୁ ମାଡ଼ ମାରିଥିବା ପୁଲିସ୍ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ସେମାନେ ଅଟଳ ରହିଛନ୍ତି । ଗତ ଅଗଷ୍ଟ ୨୮ ତାରିଖରେ କଟକରେ ଜଣେ ଓକିଲଙ୍କୁ ପୁଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତା’ ପରଦିନରୁ ହିଁ ଓକିଲମାନେ ଆନ୍ଦୋଳନ ଚଳାଇଛନ୍ତି। ଏହା ଦ୍ୱାରା କୋର୍ଟ କାମ କିଛି ହୋଇ ପାରୁନାହିଁ। ସାଧାରଣ ଲୋକେ ହଇରାଣ ହେଉଛନ୍ତି। ହେଲେ ସାଧାରଣ ଜଣେ ପୋଲିସ କର୍ମଚାରୀ ଜଣେ ବରିଷ୍ଠ ଓକିଲଙ୍କୁ ହାତ ଉଠାଇବା କିମ୍ବା ମାଡ଼ମାରିବା ସାଧାରଣ କଥା ନୁହେଁ । ରାଜ୍ୟରେ ଅରାଜିକତା ବୃଦ୍ଧିପାଉଛି । ସାଧାରଣ ଲୋକ କେବେହେଲେ ପୋଲିସ ପ୍ରତି ବିଶ୍ୱାସ ରଖୁନାହିଁ ଏଥିପାଇଁ ଉପରସ୍ଥରରେ ବଡ଼ ବଡ଼ ଆଇପିଏସ ଅଫିସର ମାନେ ମଧ୍ୟ ଉଦବେଗ ପ୍ରକାଶ କରୁଛନ୍ତି । ଅତିନିକଟରେ ବରିଷ୍ଠ ଆଇପିଏସ ଅଫିସର ତଥା କମିଶନର ସତ୍ୟଜିତ ମହାନ୍ତି ଲୋକଙ୍କ ନିକଟତର ହେବା ପାଇଁ ଓ ପୋଲିସ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ସୁନ୍ଦର ଉଦ୍ୟମ କରିଥିଲେ । ପୋଲିସ ପ୍ରତି ଲୋକଙ୍କର ବିଶ୍ୱାସ ତୃଟିଯାଉଥିବା କାରଣ ହେଉଛି ବଡବଡିଆଙ୍କର ଚାଟୁକାର ବନିବା। ହେଲେ ରାଜ୍ୟରେ ଏତେବଡ ସମସ୍ୟା ଗତ ଅଗଷ୍ଟ ୨୮ ତାରିଖରୁ ସାଧାରଣ ଜଣେ ପୋଲିସ କର୍ମଚାରୀର ଅମାନବିକତା ଯୋଗୁଁ ଘଟିଲା ତଥାପି ଯଦି ନେତୃବୃନ୍ଦ କିମ୍ବା ପ୍ରଶାସନ କିଂ କର୍ତବ୍ୟ ବିମୂଢ଼ । ତାହାଲେ ଲୋକଙ୍କ ବିଶ୍ୱାସ ପୋଲିସ ପ୍ରତି ଆସିବ କିପରି ? ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ଯେ, ଏ ପୋଲିସ କର୍ମଚାରୀଟି କିଏ ? ଯାହାପାଇଁ ସାରା ରାଜ୍ୟରେ ଓକିଲ ମାନେ କଲମଛାଡ ଆନ୍ଦୋଳନ କରୁଛନ୍ତି । ଏପରିକ ରାଜ୍ୟର ଉଚ୍ଚନ୍ୟାୟାଳୟ ଆନ୍ଦୋଳନ ତୀବ୍ର ରୂପ ନେଉଛି ଏବଂ ଏହି ଖବର ସୁପ୍ରିମ କୋର୍ଟରେ ମଧ୍ୟ ପହଞ୍ଚିସାରିଲାଣି ।ଏପରିକି ଆଜି ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଗଲା । ଏହି ପୋଲିସ କର୍ମଚାରୀଟି ମୁଖ୍ୟମନ୍ତ୍ରୀର କଣ ହେବେ ? ନା ପାଣ୍ଡିଆନଙ୍କର କଣ ହେବେ ?ଆଜିର ପରିସ୍ଥିତି କଟକରେ ଅସମ୍ଭାଳ ହୋଇପଡିଛି । ଓକିଲ ମାନେ ସମୂହ ଭାବେ ହାଇକୋର୍ଟ ସାମ୍ନାରେ ବିରାଟ ରାଲି କରି କ୍ରିମିନାଲ ବାର ଠାରୁ ଜୁଡ଼ିସିଆଲ ଏକାଡେମୀ ପର୍ଯ୍ୟନ୍ତ ସଚେତନତା ପାଇଁ ଶୋଭାଯାତ୍ରାରେ ଯାଇଥିଲେ । ଓକିଲମାନଙ୍କ ଏତେବଡ ରାଲି ହେଲା ପୋଲିସର ଆଦୌ ସହଯୋଗ ମିଳିଲାନାହିଁ । ପୋଲିସ ଓକିଲ ଲଢେଇ ତୀବ୍ର ରୂପ ନେବାକୁ ଯାଉଛି । ତଥାପି ଓଡିଶା ମୁଖ୍ୟର ନିଦ ଭାଙ୍ଗୁନି ବୋଲି ସାଧାରଣରେ ଚର୍ଚା ହେଉଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଚାହିଁଥିଲେ ରାଜ୍ୟ ମୁଖିଆଙ୍କୁ ନୋଟିସ ଦେଇପାରିଥାନ୍ତେ । କିନ୍ତୁ ଏହା ନକରି ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ ହାଇକୋର୍ଟ ବାର କୁ ନୋଟିସ ଦେବାର କିଛି ଆବଶ୍ୟକତା ନଥିଲା ଏହା ଏକତରଫା ହୋଇଯାଉଥିବା ସାଧାରଣରେ ଚର୍ଚା ହେଉଛି । ପୁଣି ଆସନ୍ତାକାଲି ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଆସୁଥିବାରୁ ତାଙ୍କୁ କଳାପତାକା ଦେଖାଇ ଆନ୍ଦୋଳନ କରାଯିବ ବୋଲି ଓକିଲ ମାନେ ନିଷ୍ପତି ନେଇଛନ୍ତି । ଦିନକୁ ଦିନ ଓକିଲମାନଙ୍କର ଆନ୍ଦୋଳନ ତୀବ୍ର ରୂପ ନେଉଥିବାରୁ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଆହୁରି ଏହି ଆନ୍ଦୋଳନ କେତେଦୂର ଚାଲିବ ଓ ସ୍ଥାଣୁ ହୋଇ ବସିଥିବା ରାଜ୍ୟ ପ୍ରଶାସନ କି ପଦକ୍ଷେପ ନେବ ଦେଖିବାକୁ ବାକିରହିଲା ବୋଲି ସାଧାରଣରେ ଚର୍ଚା ହେଉଛି ।ହେଲେ ଯାହା ପାଇଁ ଏତେ ଆନ୍ଦୋଳନ ସେଇ ପୋଲିସ କର୍ମଚାରୀଟି କିଏ ?କେତେ ପାୱାରଫୁଲ ? କିଏ ତା ପଛରେ ରହିଛି ? ଜନସାଧାରଣରେ ଚର୍ଚା ହେଉଛି ।