ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ କଲେଜ ଠାରେ କୋଭିଡ-୧୯ ଦ୍ୱାରା ଓଡ଼ିଆ ପ୍ରବାସୀ ମାନଙ୍କୁ ନିଯୁକ୍ତି ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବ୍ଲକ ତରଫରୁ ଥଇଥାନ ପାଇଁ କର୍ମନିଯୁକ୍ତି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷ କାର୍ତ୍ତିକ ସାହୁ, ବିଡ଼ିଓ ଖଗେଶ୍ୱର ପାତ୍ର, ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ବେହେରା, ଏବିପିଓ ଶ୍ରୀ ସୂର୍ଯ୍ୟକାନ୍ତ ରାଉତ, ପ୍ରଗତି ସହକାରୀ ସୁରେଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । ଏଥିରେ ଚାରି ଗୋଟି ସଂସ୍ଥା ଅଂଶ ଗ୍ରହଣ କରିଥିଲେ । ୧୦୨୫ ଜଣ ଓଡ଼ିଆ ପ୍ରବାସୀ ପଞ୍ଜିକରଣ କରିଥିଲେ ବୋଲି ଜଣାଯାଇଛି ।
ରିପୋର୍ଟ : ଶୁଭମ ପାଣି