ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶା ଅଭିଭାବକ ମହାସଂଘ ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସରକାରୀ ସ୍କୁଲ ବନ୍ଦ ନିଷ୍ପତି ସ୍ଥଗିତ ରଖିବା, ବେସରକାରୀ ବେଆଇନ୍ ବା ନକଲି ସ୍କୁଲ ଗୁଡିକୁ ବନ୍ଦ କରିବା ସହ ଜିଲ୍ଲା ସ୍କୁଲ ମିଶ୍ରଣ କମିଟି (DLSCC)କୁ ସାଂସଦ, ବିଧାୟକ ଓ ନିର୍ବାଚନ ପଞ୍ଚାୟତି ରାଜ ଲୋକ ପ୍ରତିନିଧି, ଅଭିଭାବକ ମହାସଂଘ ଓ ଗ୍ରାମ୍ୟ କମିଟିକୁ ନେଇ ଆଲୋଚନା କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ସରକାରଙ୍କୁ ଦାବି କରିଛନ୍ତି l ନିକଟ ଅତୀତରେ ଏକ ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫ ଓ ୨୦ରୁ କମ୍ ଛାତ୍ର ଛାତ୍ରୀ ଥିବା ୭୭୭୨ଟି ଉର୍ଦ୍ଧ୍ଵ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି l ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଅଧ୍ୟକ୍ଷ ଶ୍ରୀ ବାସୁଦେବ ଭଟ୍ଟ ଏହି ଦାବି ବ୍ରହ୍ମପୁରରେ ଦୋହରାଇଛନ୍ତି l ସରକାରୀ ଓ ଜିଲ୍ଲାସ୍ତରୀୟ ଶିକ୍ଷା ଅଧିକାରୀମାନେ ତୁରନ୍ତ ପ୍ରତ୍ୟେକ ସ୍କୁଲ ବନ୍ଦ ହେବାର କାରଣ ସହ ଏକ ରିପୋର୍ଟ୍ ପ୍ରଦାନ କରନ୍ତୁ l ରାଜ୍ୟରେ ପ୍ରାୟ ୮୦୦୦-୧୦୦୦୦ ନକଲି ବା ବେଆଇନ୍ ଭାବେ ଚାଲୁଥିବା ବିନା ସ୍ୱୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟ ଗୁଡିକୁ ତୁରନ୍ତ ବନ୍ଦ କରନ୍ତୁ ଓ ନକଲି ସ୍କୁଲ ମାଲିକଙ୍କ ବିରୁଦ୍ଧରେ ଏଫଆଇଆର ଦିଆଯାଇ ଗିରଫ୍ କରାଗଲେ ଆଉ ନୂଆ ନୂଆ ବେଆଇନ୍ ଭାବେ ଚାଲିପାରିବ ନାହିଁ l ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟି – District Level School Consolidation Committe (DLSCC)କୁ ପୁନଃ ଗଠନ କରାଯାଇ ସାଂସଦ, ବିଧାୟକ, ପଞ୍ଚାୟତି ରାଜ ଜନ ପ୍ରତିନିଧି, ଶିକ୍ଷାବିତ୍ ଓ ଅଭିଭାବକ ମହାସଂଘ ପରି ସାଙ୍ଗ ମାନଙ୍କୁ ନିଆଯାଉ l ଅଧ୍ୟକ୍ଷ ଶ୍ରୀ ବାସୁଦେବ ଭଟ୍ଟଙ୍କ ନେତୃତ୍ବରେ ଗଞ୍ଜାମ ଉପଜିଲ୍ଲାପାଳଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରି ସର୍ବଦଳୀୟ ନିଷ୍ପତ୍ତିକୁ ମାନି ନେବାକୁ ଅନୁରୋଧ କରିଥିଲେ l ଏହି ଅବସରରେ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷଙ୍କ ସହିତ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ, ସଂଗଠନ ସମ୍ପାଦକ ସୂର୍ଯ୍ୟ ନାରାୟଣ ଜେନା, ଜିଲ୍ଲା ଆବାହକ ମଧୁସୂଦନ ସାହୁ, ସହ ଅଧ୍ୟକ୍ଷ ଜି ରାଜେନ୍ଦ୍ର ପ୍ରସାଦ, ଅଶୋକ କୁମାର ସାହୁ, ପ୍ରଦୀପ ଆଚାର୍ଯ୍ଯ, ଓଡ଼ିଶା ଫାଇଲ ପ୍ରତିଷ୍ଠାତା ସମ୍ପାଦକ ନରେଶ କୁମାର ବେହେରା, ଦେବୀ ପ୍ରସାଦ ପାଢି, ରାମକୃଷ୍ଣ ପଣ୍ଡା, ଗଜେନ୍ଦ୍ର ଚୌଧୁରୀ, ବିନୋଦ ବିହାରୀ ସିଂହ, ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା