

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନର ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁର ଠାରେ ଏକ ନିତିଦିନିଆ ବିମାନ ବନ୍ଦର ପ୍ରତିଷ୍ଠା, ବ୍ରହ୍ମପୁର ସହର ସଂଲଗ୍ନ ୧୮ଟି ପଞ୍ଚାୟତକୁ ବିଏମସି ସହିତ ମିଶ୍ରଣ କରି ବୃହତ ବ୍ରହ୍ମପୁର ଗଠନ କରିବା ଦାବିରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ସର୍ବ ପୂରାତନ ସହର, ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହର ପ୍ରତି ସରକାର ତଥା ପ୍ରଶାସନର କ୍ରମାଗତ ବୈମାତୃକ ମନୋଭାବ ଓ ଉଦାସୀନତା ବିରୋଧରେ ସଦସ୍ୟ ମାନେ ଜନସଚେତନତା କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସରକାର ବ୍ରହ୍ମପୁର ଠାରେ ବିମାନ ବନ୍ଦର ନାମରେ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ସେହିପରି ୨୦୦୮ Odisha Gazette Notification ଅନୁସାରେ ୧୮ଟି ପଞ୍ଚାୟତକୁ ନେଇ ବୃହତ ବ୍ରହ୍ମପୁର ଗଠନ କରିବା କଥା କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନିଆଯାଇନାହିଁ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଭାପତି ରାମ ପ୍ରସାଦ ତ୍ରିପାଠୀ ଚେତାବନୀ ଦେଇଛନ୍ତି । ଆସନ୍ତା ୨୯ ତାରିଖକୁ କଳା ଦିବସ ଭାବେ ପାଳନ କରି ଧାରଣାରେ ବସିବାକୁ ମଧ୍ୟ ଫୋରମ୍ ତରଫରୁ ନିଷ୍ପତି ହୋଇଛି । ଏହି କାର୍ଯ୍ୟକ୍ରମରେ ଫୋରମ୍ ର ସଭାପତି ରାମ ପ୍ରସାଦ ତ୍ରିପାଠୀ, ଉପସଭାନେତ୍ରୀ ଶ୍ରୀମତୀ ବବିତା ପାତ୍ରଙ୍କ ସହ ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଭି.ସୋମେଶ୍ୱର ରାଓ, ମାନସ ରଞ୍ଜନ ପାତ୍ର, ପ୍ରିତୀଷ ପାଣିଗ୍ରାହୀ, ଡ଼. ପ୍ରଫୁଲ୍ଲ ପାଣିଗ୍ରାହୀ, ଶିବ ପ୍ରସାଦ ମିଶ୍ର, ସାହେବ ପାତ୍ର, ପ୍ରଦିପ କୁମାର ସାହୁ, ଜେ. ସୁରେଶ, କୁମାର ସ୍ବାମି ପାତ୍ର, ଦେବେନ୍ଦ୍ର ସୁବୁଦ୍ଧି, ପଞ୍ଚାନନ ପ୍ରଧାନ, ମଧୁସୂଦନ ସାହୁ, ବାଳକୃଷ୍ଣ ସାମନ୍ତରାୟ, ଭିକାରୀ ନାୟକ, ରବି କୁମାର, ସନ୍ତୋଷ ସାହୁ, କିରଣ କୁମାର ପଣ୍ଡା, ପ୍ରଶାନ୍ତ ମୁନି, ସ୍ଵରାଜ୍ୟ ସୁବୁଦ୍ଧି, ପ୍ରକାଶ , ଦିଲ୍ଲିପ ମହାରଣା, ଡ଼. ଆର.ପି ସାହୁ, ରାଜିବ ମିଶ୍ର ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
