

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସମର୍ଥ ଅନୁଷ୍ଠାନର ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲା ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ କେ ଆନନ୍ଦ ରାଓଙ୍କୁ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମନିତ କରାଯାଇଛି । ସେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ସମେତ ସେମାନଙ୍କ ଉନ୍ନତି କରିବାରେ ସହାୟକ ହେବା ସହ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ ଭୁବନେଶ୍ୱର ସ୍ଥିତ ରେଲୱେ ଅଡିଟୋରିୟମରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଆୟୋଜିତ ଜାତୀୟସ୍ତରୀୟ ଟିଲେଣ୍ଟ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗାଡ ଆନନ୍ଦଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଛତ୍ରପୁର ସମର୍ଥ ଅନୁଷ୍ଠାନର ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲା ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ କେ. ଆନନ୍ଦ ରାଓ ଭୁବନେଶ୍ୱର ଅନୁଷ୍ଠିତ ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ଜବ ଫେୟାରରେ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କୁ ମିଳିଥିବା ସମସ୍ତ ପ୍ରକାରର ସୁବିଧା ଉପରେ ଆଲୋକପାତ କରାଇଥିଲେ । ଏହାସହ ଦିବ୍ୟାଙ୍ଗ ମାନେ ସମାଜରେ କୌଣସି ଗୁଣରେ କମ ନୁହନ୍ତି ବୋଲି ସେ କହିଥିଲେ ଏବଂ ଇଚ୍ଛା ଶକ୍ତି ଥିଲେ ଯେକୌଣସି କାର୍ଯ୍ୟ କରିବାରେ ଦିବ୍ୟାଙ୍ଗମାନେ ସଫଳ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବ୍ୟକ୍ତିମାନଙ୍କ ସମେତ ବହୁ ଦିବ୍ୟାଙ୍ଗ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

