ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ:ପ୍ରତିବାଦରେ ମାନବ ଅଧିକାର ସୁରକ୍ଷାମଞ୍ଚ ପକ୍ଷରୁ ଘଣ୍ଟ ଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟରେ ବିପର୍ଯ୍ୟସ୍ଥ ହୋଇପଡିଛି ସ୍ୱାସ୍ଥସେବା ।କେଉଁଠି ଡାକ୍ତର ନାହିଁତ କେଉଁଠି ଘର ନାହିଁ, ଔଷଧ ନାହିଁ ପିସି ନଦେଲେ କାମାହେଉନି ଏଭଳି ପରିସ୍ଥିତିରେ ଏବେ ରାଜ୍ୟ ଅଛି । ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ଦାବିନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଏମକେସିଜି ମେଡିକାଲ ହସ୍ପିଟାଲ ତଥା ବଡ଼ ଡାକ୍ତରଖାନା ପରିସରରେ ଥିବା ସୁପର ସ୍ପେସିଆଲିଷ୍ଟ ବିଭାଗ ସମ୍ମୁଖରେ ୬୬ତମ ଘଣ୍ଟଯାତ୍ରା ପ୍ରଦର୍ଶନ କରାଯାଇଥିଲା । ସୁପର ସ୍ପେସିଆଲିଷ୍ଟ ବିଭାଗକୁ କାର୍ଯ୍ୟକ୍ଷମ କରିବା, ସ୍ୱତନ୍ତ୍ର ଜେରିଆଟ୍ରିକ ବିଭାଗ ଖୋଲିବା, ଘରୋଇ ଔଷଧ ଦୋକାନରୁ ୧୫ ପ୍ରତିଶତ ରିହାତି ବ୍ୟବସ୍ଥା କରିବା ଏବଂ ବଡ ଡାକ୍ତରଖାନାରୁ ଦଲାଲ୍‌ ମୁକ୍ତ କରିବା ଆଦି ଦାବିନେଇ ଘଣ୍ଟ ବଜାଇ ଏପରି ନୂତନ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ସ୍ମାରକପତ୍ର ବଡ ଡାକ୍ତରଖାନା ଅଧିକ୍ଷକଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଂଯୋଜକ ଅବନୀ କୁମାର ଗୟା, ଆର୍‌ ସତ୍ୟନାରାୟଣ ରାଓ, ମାଗୁଣୀ ନାହାକ, ମହେଶ୍ୱର ବାଡତ୍ୟା, ଲକ୍ଷ୍ମୀନାରାୟଣ ବକ୍ସି, ଶିବ ଶଙ୍କର ପାତ୍ର, ରାଜେନ୍ଦ୍ର ଦଳ ବେହେରା, ନୀଳାଞ୍ଚଳ ନନ୍ଦ, ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା