ଓଡିଆ ଭାଷାର ଅବକ୍ଷୟ…

ଧରିତ୍ରୀ ମାତାକୁ ସର୍ବସଂହା କୁହାଯାଏ କାରଣ ସେ ସମସ୍ତଙ୍କର ଅଳିଅର୍ଦଳି ସହ୍ୟ କରିଥାଏ । ପିମ୍ପୁଡି ଠାରୁ ଯେ ହାତୀ ପର୍ଯ୍ୟନ୍ତ । ଏହା ମଧ୍ୟରେ ମାନବର ସ୍ଥାନ ବି କମ୍ ପଡିବନି ।କାରଣ ମାନବକୁ ସର୍ବଶ୍ରେଷ୍ଟ ପ୍ରାଣୀ ଭାବେ ଗ୍ରହଣ କରାଯାଇଛି । ଜଣେ ଶିଶୁ ଭୂମିଷ୍ଟ ହେଲା ଠାରୁ ଯେ ମୃତ୍ୟୁ ପର୍ଯ୍ୟନ୍ତ ତାର ସମସ୍ତ କର୍ମ ଆମ ମାତୃଭୂମି ସହ୍ୟ କରିଥାଏ । ଯଦି ଆମେ ମାତୃ ଭୂମିର କେବେ ଅପମାନ କରିବା ନାଁ ଆମ ଜନ୍ମ ଲାଭ କରିବା ର କିଛି ସାର୍ଥକତା ରହିବ ନାହିଁ । ଆମ ମାତୃଭୂମି ଓ ମାତୃଭାଷା ଆମ ଜୀବନ ଜୀଇଁବାର ଗୋଟେ ଗୋଟେ କାରଣ । ସେଥିମଧ୍ୟରୁ ଆମ ମାତୃଭାଷାର ମହର୍ତ୍ତ୍ୱପୂର୍ଣ୍ଣ୍ୟ ଅବଦାନ ରହିଛି।ଆମେ ଆଠମାସ କାଳ ମାଆର ଗର୍ବରେ ରହି ଭୂମିଷ୍ଠ ହେଲା ପରେ ପ୍ରଥମେ ମାଆର ସ୍ପର୍ଶ ଓ ତାପରେ ଆମ ଭାଷା ପ୍ରତି ଅବଗତ ହେଊ । ଜଣେ ଶିଶୁ କେବଳ ମାଆର ଭାଷାକୁ ବୁଝିପାରେ । ତାକୁ ଭୋକ ହେଲେ କାନ୍ଦେ ଓ ଯଦି ମାଆ କଥା ଶୁଣେ ହସେ ଏହି ଭଲପାଇବାରେ ଆମ ମାତୃଭାଷାର ଅବଦାନ ମହର୍ତ୍ୱ ପୂର୍ଣ୍ଣ । କାରଣ ଜଣେ ଶିଶୁ ପ୍ରଥମେ ମାଆକୁ ଚିହ୍ନେ ତାପରେ ପରିବାର ଲୋକଙ୍କୁ ସେ ଯେତେ ବେଳେ ବାଳକ ଅବସ୍ଥାକୁ ଆସେ ସମାଜର ଚାଲିଚଳନି ଓ କଥା କଥା କହିବାର ଅର୍ଥ ବୁଝିପାରେ ସେତେବେଳେ ସେ ପ୍ରକୃତି ଓ ସମାଜ ସହିତ ପରିଚିତ ହୋଇଥାଏ ଏଥିରେ ସମସ୍ତଙ୍କ ସହ ପରିଚିତ ହେବାର ଗୋଟେ ମାଧ୍ୟମ କେବଳ ଆମ ମାତୃଭାଷା । ଯଦି ଆମେ ଆମର ମାତୃ ଭାଷାକୁ ହେଜ୍ଞାନ ମଣିବା ତାକୁ ଛୋଟ ନଜରରେ ଦେଖିବା ତାହେଲେ ଆମ ଠାରୁ ବଡ ମୁର୍ଖ କେହି ନାହିଁ । ସେଥିପାଇଁ ଆମ କବି ଗଙ୍ଗାଧର ମେହେର ଲେଖିଛନ୍ତି-:
“ମାତୃଭୂମି ମାତୃଭାଷାର ମମତା
ଯା ହୃଦେ ଜନମୀ ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନୀ ରହିବେ କାହିଁ”।।
ଯାହା ଏହି ଉକ୍ତିରୁ ଜଣା ପଡୁଛି । ହେଲେ ଆମେ ସବୁ ଜାଣିଶୁଣି ନିଜ ଭାଷାକୁ ଭୁଲି ଯାଉଛେ ପାଶ୍ଚାତ ଭାଷାର ବ୍ୟବହାର ବୋହୁଳ ପରିମାଣରେ କରୁଛେ । ଆମ ମାତୃ ଭାଷାର ଶବ୍ଦ ର ଅର୍ଥ ବୁଝି ପାରୁନା । ହେଲେ ଆମକୁ ଗୋଟେ କଥା ମନେ ରଖିବାକୁ ପଡିବ ଆମେ ଯେତେ ଉଚ୍ଛପଦବୀରେ ଥାଉନା କାହିଁକି ପ୍ରଥମେ ଆମେ ଆମ ଦେଶର ମଣିଷ । ଆମେ ପ୍ରଥମେ ଆମ ମାତୃଭାଷାକୁ ଜାଣିଲେ । ତଥାପି ଆମେ ଆମ ଭାଷାର ମୁଲ୍ୟବୁଝିପାରୁନେ ।ତାର ଅପବ୍ୟବହାର କରୁଛେ । ଉଦାହରଣ -:ଆଜିକାଲି ବଜାର ସହର ହେଉକି କୋଣସି କାର୍ଯ୍ୟାଳୟ ଯେ କୌଣସି ସେବା ସଂଗଠନ ତାଙ୍କର ମୁଖ୍ୟ ସଭା ଅନୁଷ୍ଠିତ ହେଲେ ସବୁଠି ଆମ ମାତୃଭାଷାକୁ ଭୁଲି ଅନ୍ୟଭାଷା ମାନେ ଇଂରାଜୀ ଭାଷାର ବ୍ୟବହାର କରୁଛେ । ଏଥିରେ କ’ଣ ଆମ ଭାଷାର ମାନହାନି ଘଟୁ ନାହିଁକି ? ଯଦି କେହି ଆମ ମାତୃଭାଷାରେ କିଛି କୋହୁଛନ୍ତି ତାଙ୍କ କଥାକୁ ଗୁରୁତ୍ୱ ଦିଆ ଯାଉନାହିଁ । ଯଦି ବି କୋଉଠି ମାତୃଭାଷା ରେ ବାର୍ତ୍ତାଳାପ ହେଉଛି ସେ ହେଉଛି କେବଳ ବିଭିନ୍ନ ଓଡିଆ ଭାଷା ସଂଗଠନ । ଓଡିଆ କୁହାଯାଉଛି ସତ ସଭା ସରିଲେ ଯାହାକୁ ତାହା ଏହିପରି କଲେ କ’ଣ ଆମ ଭାଷାକୁ ପ୍ରସାରିତ କରାଯାଇପାରିବ ? ଆପଣ ମାନେ ବୁଝିପାରୁନାହଁନ୍ତି ଆମ ଭାଷାର ମୂଲ୍ୟ ।କ’ଣ ପାଇଁ ଭାବୁଛନ୍ତି ଆମ ଭାଷାର କିଛି ମହର୍ତ୍ତ୍ୱ ନାହିଁ । ଆପଣ ମାନେ ଯେପରି ଅନ୍ୟଭାଷାକୁ ଗୁରୁତ୍ୱ ଦେଉଛନ୍ତି ସେହି ପରି ଅନ୍ୟ ଦେଶମାନେ ବି ଆମ ଭାଷାକୁ ଅନୁଧ୍ୟାନ କରୁଛନ୍ତି । ସେମାନେ ପ୍ରଥମେ ନିଜ ଭାଷାର ମହର୍ତ୍ତ୍ୱ ବୁଝୁଛନ୍ତି ପରେ ଆମ ଭାଷାକୁ ଅନୁଧ୍ୟାନ କରୁଛନ୍ତି ଏହା କ’ଣ ଜଣେ ବୁଦ୍ଧିମାନ ମଣିଷର କର୍ମ ନୁହେଁକି । ସେହି କଥା ଆମେ ବୁଝିପାରୁନାହଁନ୍ତି ଖାଲି ଅନ୍ୟଭାଷାକୁ ବ୍ୟବହାର କରୁଛେ ହେଲେ ଆମ ମାତୃଭାଷା ଓଡିଆକୁ ତଳେ ପକୋଉଛେ ଏହି ପରି କଲେ ଆମେ ଆମ ମାତୃଭୂମିର ଋଣ ସୁଝି ପାରିବା ନାହିଁ । ଆମ ମାତୃ ଭୂମିକୁ ଏହା କଲେ ଭଲ ପାଇପାରିବା ଯାହା ଦ୍ୱାରା ଆମେ ପ୍ରଥମେ ଆମ ମାତୃଭାଷାର ପ୍ରଚାର ପ୍ରସାର କରିବା ସମସ୍ତ ସ୍ଥାନରେ ଆମ ମାତୃଭାଷାର ବ୍ୟବହାର କରିବା ଓ ବିଭିନ୍ନ ପୁରାତନ ପୁସ୍ତକର କାହାଣି, ଗଳ୍ପ ପଢିବା ତାର ଅର୍ଥ ବୁଝିବା । ଆମ ଓଡିଆ ଭାଷାକୁ ସମ୍ମାନ ଦେବା ଏହା କଲେ ଆମେ ଆମ ମାତୃଭାଷାର ମାନ ରଖିପାରିବା ଓ ଆମ ଭାଷାର ସମସ୍ତ ପୁରାତନ କବି ଗାଳ୍ପିକ ଐତିହାସିକ ମାନଙ୍କ ପୁସ୍ତକରୁ ଆମ ମାତୃ ଭାଷାର ମୂଲ୍ୟ ବୁଝିପାରିବା ସମସ୍ତଙ୍କୁ ସଚେତନ କରିପାରିବା । ପ୍ରଥମତଃ ଆମେ ଆମ ଭାଷାକୁ ସମ୍ମାନ କରିବା ତାପରେ ଅନ୍ୟ ଭାଷାକୁ ବୁଝିବା ଏହା କଲେ ଆମ ମାତୃଭାଷା ମୂଲ୍ୟ ରଖିପାରିବା । ଯଦି ଗୋଟେ ମାଆ ଗାଇ ତା ବାଝୁରୀକୁ କ୍ଷୀର ଦେଇପାରିବ ନାହିଁ ସେ ବାଛୁରୀ କ’ଣ ବଞ୍ଚିପାରିବ।ସେହି ପରି ଆମେ ଯଦି ଆମ ମାତୃଭାଷାର ରକ୍ଷଣବେକ୍ଷଣ କରିପାରିବା ନାହିଁ ତାହେଲେ ଆଉ ତାକୁ କିଏ ରକ୍ଷାକରିପାରିବ । ତେଣୁ ଏବେ ଠାରୁ ନିଜ ଠାରୁ ସଚେତନ ହୁଅ ଅନ୍ୟକୁ ସଚେତନ କରାଅ ଆମ ମାତୃଭାଷା ପାଇଁ । ତାହେଲେ ଆମ ଜୀବନର ସାର୍ଥକତା ରହିପାରିବ । ତେଣୁ ମୋ ଲେଖନୀ ମୁନ କହିଛି-:
“ଆମେତ ଓଡିଆ କହିବା ଓଡିଆ
ସେ ଆମର ମାତୃଭାଷା
ଜନ୍ମ ରୁ ମୃତ୍ୟୁ ଆମ ଭାଷାକୁ ଧରି
କରିବା ସଭିଏଁ ତା ସେବା”।।

ମମତା ବାରିକ,
ସ୍ଥାନ-ଯାଜପୁର, ବାରବାଟି,
ଗ୍ରାମ-ବାମଦେବପୁର