

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏଭରେଷ୍ଟ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର ଆଣିବାକୁ ଓଡିଶାରୁ ୩ ଜଣିଆ ଟିମ୍ ନେପାଳ ଯିବେ । ଏହି ତିନି ଜଣିଆ ଟିମରେ କଳ୍ପନାଙ୍କ ଭାଇଙ୍କ ସହ ପରିବାରର ଆଉ ୨ ଜଣ ସଦସ୍ୟ ଯିବେ । ପର୍ବତାରୋହୀ ଗଣେଶ ଜେନା ମଧ୍ୟ ଏହି ଟିମରେ ସାମିଲ ଅଛନ୍ତି । ନେପାଳ କାଠମାଣ୍ଡୁରୁ କଳ୍ପନାଙ୍କ ମରଶରୀର ଅଣାଯିବ । ଏନେଇ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଉଲ୍ଲେଖଯୋଗ୍ୟ, ଓଡିଶାର ଏକମାତ୍ର ପର୍ବତ ଆରୋହଣକାରୀ କଳ୍ପନା ଦାସଙ୍କ ଗୁରୁବାର ଦିନ ପରଲୋକ ଘଟିଥିଲା । ୫୨ ବର୍ଷ ବୟସରେ ସେ ଏଭରେଷ୍ଟରୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଢେଙ୍କାନାଳର କାଞ୍ଚନ ବଜାରର କୁମ୍ପାର ସାହିରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ପେଶାରେ ଜଣେ ଓକିଲ ମଧ୍ୟ ଥିଲେ । ସେ ୨୦୦୮ ମେ ୨୧ରେ ଏଭରେଷ୍ଟ ଆରୋହଣ କରିବାକୁ ସଫଳ ହୋଇଥିଲେ । ଏହା ପୂର୍ବରୁ ୨୦୦୪ ଏବଂ ୨୦୦୬ରେ ଚେଷ୍ଟା କରିଥିଲେ କିନ୍ତୁ ପ୍ରତିକୂଳ ପାଗ ଏବଂ ଖରାପ ସ୍ୱାସ୍ଥ୍ୟବସ୍ଥା କାରଣରୁ ସେ ବିଫଳ ହୋଇଥିଲେ ।
ରିପୋର୍ଟ : ଆକାଶ ମିଶ୍ର
