
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ୨୬ ଜୁନ ଦିଲ୍ଲୀ କିଷାନ ଆନ୍ଦୋଳନକୁ ସାତ ମାସ ପୂର୍ତ୍ତି ଏବଂ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରିର ୪୬ତମ ବାର୍ଷିକ ଉପଲକ୍ଷେ ଦେଶବ୍ୟାପୀ କୃଷି ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ଦିବସ ପାଳନ ପାଇଁ ଡାକରା ଦେଇଛନ୍ତି । ଏହି ଅବସରରେ ସ୍ଥାନୀୟ ଆଙ୍କୁଲି ବଡ଼ସାହି ସ୍ଥିତ ନିଜସ୍ୱ ଅଫିସ ସମ୍ମୁଖରେ ଓଡିଶା କୃଷକ ସଭା ପକ୍ଷରୁ ଗତକାଲି ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, କୃଷକ ସର୍ବନାଶ କାରି ୩ଟି କଳା କୃଷି ଆଇନ ପ୍ରତ୍ୟାହାର କର, ଏମଏସପି ପାଇଁ ଆଇନ ପ୍ରଣୟନ କର, ଚୁକ୍ତି ବଦ୍ଧ ଚାଷ ରଦ୍ଦ କର, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ ବାତିଲ କର, ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ରଦ୍ଦ କର, ପେଟ୍ରୋଲ, ଡିଜେଲର ଦର କମାଅ, ପ୍ରତ୍ୟେକ ପରିବାରକୁ ମୁଣ୍ଡ ପିଛା ମାସିକ ୧୦କେଜି ଚାଉଳ/ଗହମ ମାଗଣାରେ ଯୋଗାଅ, ଆୟକର ଦେଉ ନ ଥିବା ସବୁ ପରିବାରକୁ ମାସିକ ୭୫୦୦ ଟଙ୍କା ଆର୍ଥିକ ସହାୟତା ଦିଅ ଇତ୍ୟାଦି ଦାବିରେ ବିକ୍ଷୋଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା କୃଷକ ସଭା ନେତା ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ବାବୁଲା ନାୟକ, କେଶବ ଗୌଡ଼, ସୁରେନ୍ଦ୍ର ନାୟକ, ଯୁଧିଷ୍ଠିର ମହାରଣା, ମାନସ ନାୟକ, ଶତ୍ରୁଘନ ପ୍ରଧାନ, ଜଳନ୍ଧର ନାୟକ, ବଇରୀ ପାତ୍ର, ବାଇରି ମଣ୍ଡଳ, ରଘୁ ବେହେରା, ଟୁଟୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।