ଓଡିଶା ଡାକ ସର୍କଲ ପକ୍ଷରୁ ୪ଦିନିଆ ”୩୫ତମ ଅଲ ଇଣ୍ଡିଆ ପୋଷ୍ଟାଲ ସର୍କଲ ୱେବ ଲିଫଟିଂ, ପାୱାର ଲିଫଟିଂ ଏଣ୍ଡ ବେଷ୍ଟ ଫିଜିକ ଟୁର୍ଣ୍ଣାମେଣ୍ଟ” ଉଦଯାପିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ଡାକ ସର୍କଲ ଅନୁକୁଲ୍ୟରେ ବ୍ରହ୍ମପୁରରେ ଅନୁଷ୍ଠିତ ୪ଦିନିଆ ”୩୫ତମ ଅଲ ଇଣ୍ଡିଆ ପୋଷ୍ଟାଲ ସର୍କଲ ୱେବ ଲିଫଟିଂ, ପାୱାର ଲିଫଟିଂ ଏଣ୍ଡ ବେଷ୍ଟ ଫିଜିକ ଟୁର୍ଣ୍ଣାମେଣ୍ଟ” ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ୧୮ଟି ରାଜ୍ୟ ପୋଷ୍ଟାଲ ସର୍କଲରୁ ଶତାଧିକ ପ୍ରତିଯୋଗୀ ପ୍ରତିନିଧି ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହାସହ ସେ ଦେଶ ଚିନ୍ତନ ଓ କର୍ତ୍ତବ୍ୟ ପ୍ରସଙ୍ଗରେ ମହାତ୍ମାଗାନ୍ଧୀଙ୍କ ସ୍ମୃତିଚରଣ କରି ଡାକ ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଓଡିଶା ଓ ବ୍ରହ୍ମପୁର ଗସ୍ତ ସ୍ମାରକୀ ସ୍ୱତନ୍ତ୍ର ଲଫପା ଉନ୍ମୋଚନ କରାଯାଇଥିବାରୁ ସାଧୁବାଦ ଜଣାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ କୃତିତ୍ୱ ପ୍ରଦର୍ଶନ କରିଥିବା ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ପୁରସ୍କାର ପ୍ରଦାନ କରିଥିଲେ । ସାଂସଦ ଚନ୍ଦ୍ର ଶେଖର ସାହୁ ଜାତୀୟ ସ୍ତର ଟୁର୍ଣ୍ଣାମେଣ୍ଟ ବ୍ରହ୍ମପୁରରେ ଅନୁଷ୍ଠିତ କରାଯାଇଥିବାରୁ ଡାକ ବିଭାଗ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଓଡିଶାର ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ଡ଼ଃ ସନ୍ତୋଷ କୁମାର କାମିଲା, ବ୍ରହ୍ମପୁରର ପୋଷ୍ଟ ମାଷ୍ଟର ଜେନେରାଲ କର୍ଣ୍ଣେଲ ଜଳେଶ୍ୱର କଅଁର, ସମ୍ବଲପୁର ପୋଷ୍ଟ ମାଷ୍ଟର ଜେନେରାଲ ଲଳିଟେନ୍ଦୁ ପ୍ରଧାନ ପ୍ରମୁଖ ଉଦବୋଧନ ଦେଇଥିଲେ । ଏହାସହ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା