ଓଡିଶା ଦରବାର ତରଫରୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୧୩୨ତମ ଜୟନ୍ତୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପାକ୍ଷିକ ଖବର କାଗଜ ଆଜିର ଓଡିଶା ଦରବାର ତରଫରୁ ସ୍ଥାନୀୟ ବିଜିପୁର ସ୍ଥିତ କାର୍ଯ୍ୟାଳୟଠାରେ ପଣ୍ଡିତ ଗାଦବରୀଶ ମିଶ୍ରଙ୍କ ୧୩୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ଆଜିର ଓଡିଶା ଦରବାରରେ ସଂପାଦକ ରବୀନ୍ଦ୍ର କୁମାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଗୁମରଫ ନ୍ୟୁଜର ମୁଖ୍ୟ ସଂପାଦକ ପ୍ରକଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସତ୍ୟବାଦୀ ଯୁଗର ସ୍ୱନାମଧନ୍ୟ ସାରସ୍ୱତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଓଡିଶା ସାହିତ୍ୟକୁ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ଡା. ଚନ୍ଦ୍ରମଣି ସ୍ୱାଇଁ ଯୋଗଦେଇ ପଣ୍ଡିତ ଗୋଦାବରୀଶଙ୍କ ଗୀତି କବିତା କାଳିଜାଇ ତାଙ୍କୁ କାଳଜୟୀ କବିର ମାନ୍ୟତା ଦେଇଛି ବୋଲି ପ୍ରକାଶ କରିଥିଲେ । ଏଥିରେ ସମ୍ମନିତ ଅତିଥି ଭାବେ ଶିଶୁ ସାହିତ୍ୟିକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗଦେଇ ଗୋଦାବରୀଶଙ୍କ କର୍ମମାୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଅନ୍ୟତମ ସମ୍ମନିତ ଅତିଥି ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ମହାପାତ୍ର କବି ଗୋଦାବରୀଶ ମିଶ୍ରଙ୍କ ଗଦ୍ୟ ଓ ପଦ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ ବରିଷ୍ଠ ନାଗରିକ ମଞ୍ଚର ସଭାପତି ରାସ ବିହାରୀ ଦାସ, ସମାଜସେବୀ ପ୍ରଶାନ୍ତ କୁମାର ମହାପାତ୍ର, ଯୋଗ ଶିକ୍ଷକ ଶ୍ୟାମ ସୁନ୍ଦର ମହାପାତ୍ର, ଅଭିନୟ ଜଗତର ପରିଚାଳକ ରବୀନ୍ଦ୍ର କୁମାର ନାୟକ, ଲେଖିକା ପଦ୍ମିନୀ ମିଶ୍ର, ଜ୍ୟୋସ୍ନାରାଣୀ ସ୍ୱାଇଁ, ପ୍ରମୋଦ କୁମାର ମହାପାତ୍ର, ସାହିତ୍ୟିକ ସୁଶାନ୍ତ କୁମାର କର, କୃଷ୍ଣଚନ୍ଦ୍ର ବାଡ଼ତ୍ୟା, ଉମା ନାହାକା, ପିଣ୍ଟୁ ବରାଡ଼ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଜିର ଓଡିଶା ଦରବାରର ପରିଚାଳନା ସମ୍ପାଦକ ମନୋଜ କୁମାର ମହାରଣା ସହଯୋଗ କରଥିବା ବେଳେ ଲେଖିକା ପଦ୍ମିନୀ ମିଶ୍ର ଉପସଂହାର ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା