ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ନିଶାମୁକ୍ତ ଜିଲ୍ଳା କରିବାକୁ ଶପଥ ନେଇ ୨୧ରୁ ୩୦ ଯାଏଁ ଗଣଧାରଣର ନିଷ୍ପତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମିଳିତ ଓଡିଶା ନିଶା ନିବାରଣ ଅଭିଯାନ, ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ବ୍ରହ୍ମପୁର ଭି ଆଇ ପି କୋଲୋନୀ ସ୍ଥିତ ଗଞ୍ଜାମ ଜିଲ୍ଲାକାର୍ଯ୍ୟାଳୟରେ ମଙ୍ଗଳବାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ମିଳିତ ଓଡିଶା ରାଜ୍ୟ ନିଶା ନିବାରଣ ସଂଘ ଜରିଆ ରେ ଚାଲିଥିବା ନିଷମୁକ୍ତ ଅଭିଯାନକୁ ସାକାର କରିବା ପାଇଁ କି ପ୍ରକାର ପଦକ୍ଷେପ ନିଆଯିବ ସେ ଦିଗରେ ବକ୍ତା ମାନେ ନିଜ ନିଜର ମତ ପ୍ରକାଶ କରିଥିଲେ । ନିଶା ନିବାରଣର ମହତ ଉଦେଶ୍ୟକୁ ଓଡିଶା ତଥା ଗଞ୍ଜାମ ଜିଲ୍ଲାର ଘରେ ଘରେ ପହଞ୍ଚାଇ ଜନ ସଚେତନତା ସୃଷ୍ଟି କରିବା ସହ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ପରିବର୍ତନ କରି ଆସନ୍ତା ୨୧ରୁ ୩୦ ଯାଏଁ ଦଶ ଦିନ ବ୍ୟାପୀ କମାପଲ୍ଲୀ ଛକ ନିକଟସ୍ଥ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ ଗଣ ଧାରଣ ଦେବା ପାଇଁ ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା ।ଏହି ବୈଠକରେ ଜିଲ୍ଲା ସଭାପତି ଶ୍ରୀ ରାଧାଚରଣ ନାୟକ , ସାଧାରଣ ସମ୍ପାଦକ ଶ୍ରୀ ଗୁପ୍ତେଶ୍ଵର ଷଡଙ୍ଗୀଙ୍କ ସହ ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର, ଶ୍ରୀ ହରିକୃଷ୍ଣ ମିଶ୍ର, ଶ୍ରୀ ଶିବପ୍ରସାଦ ମିଶ୍ର, ଶ୍ରୀ ଡମ୍ବୁୟରୁଧର ସାହୁ, ଶ୍ରୀ ପୀତାମ୍ବର ମହାରଣା , ଶ୍ରୀମତୀ ସବିତା ସାହୁକାର , ଶ୍ରୀ ସନ୍ତୋଷ ମହାପାତ୍ର, ଶ୍ରୀ ରଶ୍ମୀ ପାଳ, ମିସ ମାନିନୀ ଦେବୀ ଓ ଅନ୍ୟମାନେ ଯୋଗଦାନ କରିଥିଲେ ।ଏହି ଶାନ୍ତିପୂର୍ଣ ଗଣଧରଣାରେ ବହୁ ସଂଖ୍ୟାରେ ଯୋଗ ଦେଇ ଧାରଣକୁ ସଫଳ କରିବା ପାଇଁ ବ୍ରହ୍ମପୁର ବାସୀଙ୍କୁ ନିବେଦନ କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା