

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ମାସ ୨୭ ତାରିଖ କଟକ ବାରବାଟୀ ଷ୍ଟାଡିୟମ ଠାରେ ସଚିନ ତେନ୍ଦୁଲକର ଇନରେ ହଳଠାରେ ଅନୁଷ୍ଠିତ ହୋଇଥିବା ପୁରୁଷ ଉପକନିଷ୍ଠ ବକ୍ସିଂ ପ୍ରତିଯୋଗିତା ଓଡିଶା ଏମ୍ୟାଚର ବକ୍ସିଂ ଏସୋସିଏସନ ଅନୁକୁଲ୍ୟରେ ସମସ୍ତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଚୟନ କର୍ତ୍ତାମାନେ OABAର ସମ୍ପାଦକଙ୍କ ଅନିଲ ବହିଦାରଙ୍କ ଉପସ୍ଥିତିରେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିବା ‘୯ ଜଣ ବକ୍ସରଙ୍କୁ ଚୟନ କରି ରାଜ୍ୟ ବକ୍ସିଂ ଦଳ ଗଠନ କରାଯାଇଛି । ସେମାନେ ହେଲେ ଅମର ଧଳ, ରାହୁଲ ଦାସ, ନାରାୟଣ ଜେନା, ଆଦିତ୍ୟ ନାୟକ, ଵିଶାଲ ସାହୁ, G ଯୋଗୀ ନନ୍ଦ, ଅନୁଭବ ନାୟିକା, ସମ୍ୟରଞ୍ଜନ ପରିଡା, ଅମ୍ଲାନ ରଥ କୋଚ, N.ମାଧବ, ସଞ୍ଜୟ ସେଠି, ବିପିନି ଗୌଡ଼(ମ୍ୟାନେଜର) ଜାତୀୟ ରିଫେରି ତଥା ସ୍ଥାନୀୟ କୋଚ ଶିଶିର କୁମାର ପାଣିଗ୍ରାହୀ ରିଫେରି ଜଜ ଭାବେ ଏହି ଦଳ ହରିଆନା ରାଜ୍ୟର ରୋହତକ ଠାରେ ଅନୁଷ୍ଠିତ ହେବାକୁ ଥିବା ଫାଷ୍ଟ ସବି-ଜୁନିୟର ମ୍ୟାନ ନ୍ୟାସନାଲ ବକ୍ସିଂ ଚମ୍ପିୟାନସିପରେ ଯୋଗ ଦେବା ପାଇଁ ଆଜି ସନ୍ଧ୍ୟା ପ୍ରଶାନ୍ତି ଏକ୍ସପ୍ରେସ ଯୋଗେ ବ୍ରହ୍ମପୁର ରେଳଷ୍ଟେସନରୁ ଯାତ୍ରା ଆରମ୍ଭ କରି ଭୁବନେଶ୍ୱର କଳିଙ୍ଗ ଏକ୍ସପ୍ରେସ ଟ୍ରେନ ଯୋଗେ ରଜତକ ଅଭିମୁଖେ ଯାତ୍ରା କରିବେ । ଏହି ଜାତୀୟ ପ୍ରତିଯୋଗିତାର ସମସ୍ତ ପରିଚାଳନା ଓ ଟେକ୍ନିକାଲ ଡେଲିଗେଟ ଭାବେ BFIର ଉପସଭାପତି, OABAର ସମ୍ପାଦକ ଅନିଲ ବହିଦାରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଓଡିଶା ବକ୍ସିଂ ଦଳ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିବେ ବୋଲି OAAର ସମ୍ପାଦକ ଆଶୀର୍ବାଦ ବେହେରା, OABAର ସଭାପତି ଅଧିପ ଦାସ, OBAର ସଭାପତି ଅଶୋକ ସାହୁ, ରବି ପ୍ରତିହାରୀ, ଦିବାକର ମହାନ୍ତି, ହୃଷୀନାଥ ସାହୁ, ସୁଦର୍ଶନ ସାହୁ, K.ପ୍ରଭାକର ରାଓ, ବିଜୟ ଚନ୍ଦ୍ର ଦାସ, ଅଞ୍ଜନ ଦାସ, ପଦ୍ମନାଭ ପାତ୍ର, ଅରକ୍ଷିତ ପାଣିଗ୍ରାହୀ, ଶିବରାମ ପାତ୍ର, ଲଡୁ କିଶୋର ସାହୁ, କେଶବ ପଣ୍ଡା, ରବୀନ୍ଦ୍ର ପଣ୍ଡା, ଲକ୍ଷ୍ମୀ ପାଢ଼ୀ ବକ୍ସରଙ୍କ ସମେତ ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ଆଶା ପ୍ରକଟ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



