ଓଡିଶା ବନ୍ଦର ପ୍ରଭାବ ଜଳେଶ୍ୱରରେ ନାହିଁ : କୋର୍ଟ ଓ ବସ୍ ଚଳାଚଳ ବନ୍ଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଓଡିଶା ନବନିର୍ମାଣ ସଂଘର ଡାକରାରେ ଓଡିଶା ବନ୍ଦ ହୋଇଥିବା ବେଳେ ଜଳେଶ୍ୱରରେ ଏହାର ମିଶ୍ର ପ୍ରଭାବ ଜଳେଶ୍ୱରର ସମସ୍ତ ଦୋକାନ, ବଜାର, ସ୍କୁଲ, କଲେଜ ଓ କାର୍ଯ୍ୟାଳୟ ଗୁଡିକ ସ୍ୱଭାବିକ ଭାବେ ଚାଲିଥିବା ହେବଳେ ଚନ୍ଦନେଶ୍ୱର, ବାଲେଶ୍ୱର ଭାୟା ଜଳେଶ୍ୱର କୌଣସି ବସ୍ ଯାତାୟାତ କରିନଥିଲା । କେବଳ ରେଳ ଚଳାଚଳରେ କେତେକ ବିଳମ୍ବ ଘଟିଥିବା ରେଳବାଇ ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ଜଳେଶ୍ୱର ବାର୍ ଏସୋସିଏସନ୍ ଏହି ବନ୍ଦ ଡାକରାକୁ ଗୁରୁତର ସହକାରେ ଗ୍ରହଣ କରିଥିଲା । ଫଳରେ କୋର୍ଟ କାର୍ଯ୍ୟବନ୍ଦ ଥିଲା । କୋର୍ଟ କାର୍ଯ୍ୟବନ୍ଦରେ ବାର୍ ସଭାପତି ଚିନ୍ମୟ କୁମାର ଦାସ, ସଂପାଦକ ମଦନ ମୋହନ ରାଉଳ, ପୂର୍ବତନ ସଭାପତି ସତ୍ୟସୁନ୍ଦର ଦାସ, ଅବଧୂତ ଜେନା, କୁଞ୍ଜବିହାରୀ ଦାସ, ନିଗମାନନ୍ଦ ବ୍ରହ୍ମ, ସୁନୀଲ କୁମାର ଜେନା, ରବିନ୍ଦ୍ର ଦଣ୍ଡପାଟ, ଗିରିଜା ଶଂକର ଦାସ, ସେକ୍ ଫରିଦ ଅହମ୍ମଦ, ମଳୟ ମହାନ୍ତି, ଶଶିକାନ୍ତ ଦେ ପ୍ରମୁଖଙ୍କ ନେତୃତ୍ୱରେ ଏହି ବନ୍ଦ କାର୍ଯ୍ୟକ୍ରମ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡ଼ା