ଓଡିଶା ମେଡିକାଲ ସର୍ଭିସ ଏସୋସିଏସନ(ଓମ୍ସା) ରାୟଗଡା ଶାଖା ପକ୍ଷରୁ ପ୍ରତିକ ଧାରଣା ଆରମ୍ଭ

ରାୟଗଡା(ତୁଷାର ରଞ୍ଜନ ସାହୁ)ଓଡିଶା ମେଡିକାଲ ସର୍ଭିସ ଏସୋସିଏସନ(ଓମ୍ସା) ରାୟଗଡା ଶାଖା ପକ୍ଷରୁ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତି ଠାରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ୮ ଦଫା ଦାବି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ସଦର ଚିକିତ୍ସାଳୟରେ ରୋଗୀସେବା ବ୍ୟାହତ ନକରି ପ୍ରତୀକ ଧାରଣା ଆରମ୍ଭ ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଯଦି ସେମାନଙ୍କ ଦବୀ ପ୍ରତି ଧ୍ୟାନ ନଦିଅନ୍ତି ତେବେ ଆସନ୍ତା ନଭେମ୍ବର ୫ ତାରିଖ ଦିନ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଓମ୍ସା ଦକ୍ଷିଣ ଓଡ଼ିଶା ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ସୁବୁଦ୍ଧି ଏବଂ ଓମ୍ସା ରାୟଗଡା ଶାଖା ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ସାମନ୍ତ ଚେତାବନୀ ଦେଇଛନ୍ତି । ସେମାନଙ୍କ ୮ ଦଫା ଦାବି ମଧ୍ୟରେ ରହିଛି OM ଏବଂ HS କ୍ୟାଡର ଡାକ୍ତରଙ୍କ ପାଇଁ କେନ୍ଦ୍ରିୟ ହାରରେ ଦିଏସିପି ପ୍ରଦାନ, ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଡାକ୍ତରଙ୍କୁ ନିର୍ଭୟରେ କାର୍ଯ୍ୟ କରିବାକୁ ସୁଯୋଗ ଦେବା, ଠିକା ଓ ଅସ୍ଥାୟୀ ଡାକ୍ତରଙ୍କ ସ୍ଥାଇ ନିଯୁକ୍ତି,୨୦୧୮ OM ଏବଂ HS କ୍ୟାଡରକୁ ପ୍ରତ୍ୟାହାର, ଓମ୍ସା ସହ ଆଲୋଚନା ଓ ସଂଶୋଧନ ପରେ ପ୍ରଚଳନ, OM ଏବଂ HS ଡାକ୍ତର ଓ ଦେଣ୍ଟାଲ ସର୍ଜନଙ୍କ ପାଇଁ କ୍ୟାଡର ପୁନର୍ଗଠନ, ଅବସର ସମୟସୀମା ୬୨ ବର୍ଷରୁ ବୃଦ୍ଧିକୁ ବିରୋଧ, କାର୍ଯ୍ୟ ସମୟ ନିର୍ଘଣ୍ଟ, ଜବ କାର୍ଡ ପ୍ରଚଳନ ସହ ଅନ୍ୟ ସରକାରୀ କର୍ମଚାରୀଙ୍କ ଉର୍ଦ୍ଧ୍ବ ଛୁଟିଦିନ ଉପଭୋଗର ସୁବିଧା ଓ ପାରଦର୍ଶୀ ବଦଳି ନୀତି ପ୍ରଚଳନ ଇତ୍ୟାଦି ଦାବି କରି ସେମାନେ ଧାରଣାରେ ବସିଥିବା ଜଣାଯାଇଛି ।