ଓଡିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ …

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଭାରତୀୟ ମଜଦୁର ସଂଘ ଦ୍ୱାରା  ପରିଚାଳିତ ଓଡିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘର ଆହ୍ଵାନ କ୍ରମେ ଆଜି ଗଞ୍ଜାମଜିଲ୍ଲା ତରଫରୁ ଛତ୍ରପୁର ଡି.ଆର.ଡି.ଏ ଅଫିସ ନିକଟରୁ ଏକ ଶୋଭାଯାତ୍ରା ବାହାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ବିଭାଗୀୟ ସଚିବଙ୍କୁ ୩ ଦଫା ଦାବିପତ୍ର ସଂଘ ତରଫରୁ ପ୍ରଦାନ କରାଯାଇଥିଲା । ଦାବି ଗୁଡିକ ହେଲା – ୧. ସାକ୍ଷର ଭାରତ କାର୍ଯ୍ୟକ୍ରମ ଯୋଜନାକୁ ଚାଲୁ କରାଯାଇ କାର୍ଯ୍ୟକ୍ରମର କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ । ୨. ସାକ୍ଷର ଭାରତ କାର୍ଯ୍ୟକ୍ରମ ବଦଳରେ ଅନ୍ୟ କୌଣସି ଯୋଜନା ପ୍ରଣୟନ ହେଲେ କାର୍ଯ୍ୟରତ କର୍ମଚାରୀ ସଂଯୋଜକ ଓ ପ୍ରେରକମାନଙ୍କ ବକେୟା ପାଉଣା ତୁରନ୍ତ ପ୍ରଦାନ କରାଯାଉ । ୩. ଛଟେଇ ହୋଇଥିବା ପ୍ରେରକ ଓ କୋଡିନେଟରମାନଙ୍କୁ କାର୍ଯ୍ୟରେ ନିଯୁକ୍ତି ପ୍ରଦାନ କରାଯାଇ ୨୦୧୮ ଜାନୁୟାରୀ ମାସରୁ ମାର୍ଚ୍ଚ ୨୦୧୮ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ସାକ୍ଷର ଭାରତ କାର୍ଯ୍ୟକ୍ରମରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଯେଉଁସବୁ ସୁବିଧା ସୁଯୋଗ ପ୍ରଦାନ କରାଯାଉଅଛି ତାହା ଓଡିଶା ରାଜ୍ୟରେ ପ୍ରଦାନ କରାଯାଉ । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀମାନେ , ଭାରତୀୟ ମଜଦୁର ସଂଘର ଗଞ୍ଜାମ ଜିଲ୍ଲା ସଂପାଦକ ରାଜେନ୍ଦ୍ର ନାଥ ନାୟକ, ଜିଲ୍ଲା ଉପସଭାପତି ମଞ୍ଜୁବାଲା ପାଣିଗ୍ରାହୀ, ପ୍ରମୋଦ ଚନ୍ଦ୍ର ସାହୁ ଏବଂ ରାଜ୍ୟ ସଂଘର ଜ୍ୟୋତ୍ସନାରାଣୀ ସ୍ୱାଇଁ , ସନ୍ତୋଷ କୁମାର ଭୂୟାଁଙ୍କ ସମେତ ନିରାକାର ବିଷୋୟୀ, ଯୋଗେନ୍ଦ୍ର ବେହେରା, ବୁଲୁ କୁମାର ବିଷୋୟୀ, କୃଷ୍ଣ। କୁମାରୀ ରାଓ, ସତ୍ୟନାରାୟଣ ପ୍ରଧାନ, ଶ୍ରୀବତ୍ସ ରେଡି, ଜିତେନ୍ଦ୍ର ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା