ଓଡିଶା ସର୍ଭିସ ସେଣ୍ଟର ଫର ଦା ବ୍ଲାଇଣ୍ଡର ସମ୍ପାଦକ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ସର୍ଭିସ ସେଣ୍ଟର ଫର ଦା ବ୍ଲାଇଣ୍ଡର ସମ୍ପାଦକ ଭବାନୀ ଶଙ୍କର ପାଢ଼ୀ ଗିରଫ ହୋଇଛନ୍ତି । ସୂଚନା ମୁତାବକ ବିଜିପୁର ସନ୍ତୋଷୀ ମା’ ମନ୍ଦିର ସମ୍ମୁଖରେ ଥିବା ନିଜ ପତଞ୍ଜଳି କେନ୍ଦ୍ର (ଜଗନ୍ନାଥ ସେବା ସଦନ)କୁ ଚଳାଇବା ପାଇଁ ସୁରଜିତ କୁମାର ରଥ ନାମକ ଜୈନିକ ବ୍ୟକ୍ତିଙ୍କ ଠାରୁ ୩ ବର୍ଷ ପାଇଁ ଏଗ୍ରିମେଣ୍ଟ କରି ଏକ ଭଡା ଘର ନେଇଥିଲେ ଭବାନୀ ପାଢ଼ୀ । ୩ ବର୍ଷର ଏଗ୍ରିମେଣ୍ଟ ସରିଲା ପରେ ସୁରଜିତ ରଥ ଘର ଛାଡିବା ପାଇଁ କହିଥିଲେ । କିନ୍ତୁ ଘର ଛଡା ଯିବନି କହି ଧମକ ଦେଇଥିଲେ ଭବାନୀ । ପରେ କଥା କଟା କଟି ହେବା ସହ ଧମକ ଚମକ ଦେଇଥିଲେ । ପରେ ସେ ଏହାକୁ ପୋଲିସକୁ କହିବି ବୋଲି କହିଥିଲେ । ଏଥିରେ ଭବାନୀ ଆଉ ତାଙ୍କ ସହଯୋଗୀ ରାଗିଯାଇ ଇଟା ଆଉ ଲୁହା ରଡରେ ସୁରଜିତର ମୁଣ୍ଡକୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ । ଏଥିରେ ସୁରଜିତଙ୍କ ମୁଣ୍ଡ ଆଉ କାନରୁ ପ୍ରଚୁର ରକ୍ତ ସ୍ରାବ ହେବା ସହ ଘଟଣା ସ୍ଥଳରେ ହିଁ ଅଚେତ ହୋଇ ପଡିଯାଇଥିଲେ । ଏହି ଖବର ପାଇଁ ଘଟଣା ସ୍ଥଳରେ ଗୋସାଣୀନୂଆଗାଁ ଥାନା ଅଧିକାରୀ ସୁମିତ ସୋରେନ ପହଞ୍ଚି ସୁରଜିତଙ୍କୁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରିଥିଲେ । ସୁରଜିତଙ୍କ ଚେତା ଆସିବା ପରେ ବୟାନ ରେକର୍ଡ କରାବା ସହ ହତ୍ୟା ଉଦ୍ୟମ ଭଳି ଅପରାଧ ଧାରା IPC ୩୦୮ ଅନୁଯାଇ ଏକ କେଶ ରୁଜୁ କରାଯାଇ ବ୍ଲାଇଣ୍ଡ ସ୍ଚୁଲର ସମ୍ପାଦକ ଭବାନୀ ଶଙ୍କର ପାଢ଼ୀ ଓରଫ ଭବାନୀ ପୂଜାରୀ, ତାଙ୍କ ସହଯୋଗୀ ଦୀନେଶ ପଣ୍ଡା, ରୋହିତ ପାଢ଼ୀ, ଅଶୋକ ପାଢ଼ୀକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଯାଇଛି ବୋଲି ଥାନା ଅଧିକାରୀ ସୁମିତ ସୋରେନ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା