ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବୀ କରି ସ୍ମାରକ ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଦାବୀରେ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ଦାବୀପତ୍ର ପ୍ରଦାନ କରିବା ନିମନ୍ତେ ପଦଯାତ୍ରା କରୁଥିବା ସତ୍ୟବ୍ରତ ଦାଶ ବୁଧବାର ସକାଳ ସାଢ଼େ ୧୦ଟା ସମୟରେ ଛତ୍ରପୁର ବ୍ଳକରେ ପହଞ୍ଚି ବିଡିଓଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଥିଲେ । ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଳକ ଅନ୍ତର୍ଗତ ଭଗବାନ ସିଣ୍ଡୋଳ ଗ୍ରାମର ମୂଳ ବାସିନ୍ଦା ତଥା ଜନ ସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାସ (୨୯) ଗତ ୨୦୧୯ ମସିହା ଜୁଲାଇ ମାସ ୧୦ ତାରିଖ ଦିନ ଯାଜପୁର ଜିଲ୍ଲା ବଡଚଣା ବ୍ଳକରୁ ହାତରେ ଜାତୀୟ ପତାକା ଧରି ଏହି ପଦଯାତ୍ରା ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ ଜିଲ୍ଲା ଶେଷ କରି ଗଞ୍ଜାମ ଜିଲ୍ଲାରେ ପଦଯାତ୍ରା ଜାରୀ ରଖିଛନ୍ତି । ୩୨୧ ଦିନରେ ୫୧୫୦ କିମି ବ୍ୟାପୀ ଏହି ପଦଯାତ୍ରା ଅବସରରେ ୧୭୭ ତମ ବ୍ଳକ ଭାବେ ଛତ୍ରପୁର ବ୍ଳକରେ ପହଞ୍ଚି ବିଡିଓ ଅମ୍ବିକା ପ୍ରସାଦ ଦାସଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଶିକ୍ଷାବିତ ତଥା ଯୁବନେତା ଶ୍ରୀକାନ୍ତ ମହାନ୍ତି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା