ଓଭରଟେକ୍ ବେଳେ ଡମ୍ପରକୁ ବାଡେଇଲା ବସ୍ : ୧୬ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ରବିବାର ଦିବା ୧୦.୩୦ମି. ସମୟରେ ନୁରାନୀ ନାମକ ଏକ ଘରୋଇ ବସ୍ (ଓଆର୍୦୧ଏଚ୍୫୭୮୬ ) ଚନ୍ଦନେଶ୍ୱରରୁ ବାଲେଶ୍ୱର ଯିବାବେଳେ ୫୭ତମ ରାଜ୍ୟ ରାଜପଥ ତାଳବଣିଆ ନିକଟ ସେନାପତିସାହି ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଗରେ ଚାଲୁଥିବା ଏକ ଡମ୍ପରକୁ ଓଭରଟେକ୍ କରିବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ଫଳରେ ବସରେ ଥିବା ପ୍ରାୟ ୪୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୬ ଜଣ ଗୁରୁତର ହୋଇ ସ୍ଥାନୀୟ ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତିି ହୋଇ ଚିକିତ୍ସିତ ହୋଇଥିବା ଜଣାଯାଇଛି । ଆହତ ହୋଇଥିବା ଯାତ୍ରୀଙ୍କ ମଧ୍ୟରେ ଜୈତୁନ୍ ବିବି, ଦୁର୍ଗାଶଂକର କର, ସୁମିତା ପ୍ରଧାନ, ରାଜେଶ୍ୱରୀ ଦାସ, ମାମି ଦାସ, ଅକ୍ଷୟ ଦାସ, ସନ୍ଧ୍ୟା ଜେନା, ଶରତ ନାୟକ, ଗୁଣସରିସା ଗ୍ରାମର ପ୍ରଦୀପ ଜେନା, କେଦାର ରଂଜନ ବାରିକ, ରବିନ୍ଦ୍ର ନାୟକ, ଉର୍ମିଳା ନାୟକ, ସୁଜାତା ଦାସ, ପ୍ରବୋଧ ଜେନା, ନରଶଂକର ସେନାପତି, ଚନ୍ଦନେଶ୍ୱରର ଗୁଣାଧର ମାଲକର ପ୍ରମୁଖ ଜିକେଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ସୂଚନାଯୋଗ୍ୟ ଏହି ରାସ୍ତାରେ ପୂର୍ବରୁ ଥିବା ହାମ୍ପସ୍ ଗୁଡିକୁ ଉଠାଇ ଦେବା ଫଳରେ ଯାନବାହନ ଗୁଡିକ ବେପାରୁଆଭାବେ ବହୁ ଦ୍ରୁତଗତିରେ ଯିବା ଆସିବା କରିବା ଦ୍ୱାରା ପ୍ରତିଦିନ ଏହିଭଳି ଦୁର୍ଘଟଣାମାନ ଘଟୁଛି । ତେଣୁ ହମ୍ପସ୍ ନିର୍ମାଣ କରାଯିବା ସହିତ ପୁଲିସ୍ ପ୍ରଶାସନ ପକ୍ଷରୁ ଏପରି ବେଆଇନ୍ ଗାଡିଚାଳନାକୁ ନିୟନ୍ତ୍ରଣ କରିବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା