



ଛତ୍ରପୁର(ସମୃଦ୍ଧ ଓଡିଶ): ଚମାଖଣ୍ଡି ଥାନା ଅନ୍ତର୍ଗତ ପାରାଳା ମହାରାଜା କଲେଜ ଛକ ନିକଟସ୍ଥ ରାଜ୍ୟ ରାଜପଥରେ ଏକ ଘରୋଇ କଲେଜ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ଦନେଇ ବ୍ରହ୍ମପୁର ଗ୍ରାମର କୁନି ଦାସ (୫୦)ବୋଲି ଜଣାପଡିଛି । ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଞ୍ଚାୟତ ଦନେଇ ବ୍ରହ୍ମପୁର ଗ୍ରାମର ନୀରଞ୍ଜନ ଦାସ ଓ କୁନି ଦାସ ଉଭୟ ଦମ୍ପତି ବ୍ରହ୍ମପୁର ଦନ୍ତ ଚିକିତ୍ସା କରି ଗାଁକୁ ଏକ ବାଇକରେ ଫେରୁଥିଲେ । ପାରଳା ମହାରାଜା କଲେଜ ନିକଟରେ ପଛପଟୁ ଗୋପାଳପୁର ଅଞ୍ଚଳର ଓମ୍ ସାଇ ଘରୋଇ କଲେଜ ବସ୍ ନଂ ଓଆର ୦୭ ୭୭୫ ଧକ୍କା ଦେବାଫଳରେ ବାଇକରେ ବସିଥିବା ଉଭୟ ଦମ୍ପତି ଛିଟିକି ହୋଇ ପଡିଥିଲେ । ପତ୍ନି କୁନିଦାସଙ୍କୁ ଶକ୍ତ ଆଘାତ ଲାଗିଥିବାରୁ ଘଟଣାସ୍ଥଳରେ ମୃତ୍ୟ ଘଟିଥିଲା । ଖବର ପାଇ ଚମାଖଣ୍ଡି ଥାନା ଅଧିକାରୀ ଚିତରଂଜନ ବେହେରା ଓ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ବସ୍ କୁ ଜବତ କରିବାସହ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା