
ଜଳେଶ୍ୱର (ସମୃଦ୍ଧ ଓଡିଶା) ଚାଷୀ ଅଭାବି ଧାନ ବିକ୍ରିର ସମ୍ମୁଖୀନ ହେଉଥିବା ବେଳେ ଆଜି ବୁଧବାର ଆଦିବାସୀ ଅଧ୍ୟୁସୀତ ରାଇବଣିଆର ଓଲମରା ସେବା ସମବାୟ ସମିତି ପକ୍ଷରୁ ସରକାରୀ ଧାନମଣ୍ଡି ଖୋଲା ଯାଇଛି । ଚାଷୀମାନେ ସେମାନଙ୍କର ବଳକା ଧାନ ସରକାରୀ ମୂଲ୍ୟରେ ବିକ୍ରୟ କରିବାର ସୁଯୋଗ ପାଇବେ ବୋଲି ସଂପାଦକ ସୂର୍ଯ୍ୟକାନ୍ତ ଦାଶ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମକୁ ଓଲମରା ସରପଂଚ ତଥା ସେବାସମବାୟ ସମିତିର ପୂର୍ବତନ ସଭାପତି ଯତୀନ୍ଦ୍ର ମହାନ୍ତି ଉଦ୍ଘାଟନ କରିଥିଲେ । ପୂର୍ବତନ ସଭାପତି ଦୀପକ କାପୁଡି, ତାପସ କୁମାର ଚନ୍ଦ, ସୁଧାଂଶୁ ଶେଖର ଦାସ, ତାପସ କୁମାର ପାଳ, ସତ୍ୟଜିତ୍ ପାଳ, ସରୋଜ କୁମାର ସେଣ, ସରୋଜ ଘଡେଇ, ଗୌତମ ସେଣ, ସେବାସମବାୟ ସମିତିର ସଂପାଦକ ସୂର୍ଯ୍ୟକାନ୍ତ ଦାଶ, ସହସଂପାଦକ ଅଭୀଜିତ୍ ପତି, ସୁରେଶ ପତି, ସୁରେଶ କୁମାର ସାହୁ ପ୍ରମୁଖ ସେଠାରେ ଉପସ୍ଥିତ ରହିଥିଲେ । ସେଠାରେ ଉପସ୍ଥିତ ଥିବା ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।