ଓଷ୍ଟା ପକ୍ଷରୁ ଜଳେଶ୍ୱର ମଣ୍ଡଳ ମିଳିତ ଶିକ୍ଷକ ମଞ୍ଚ ଗଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରାଥମିକ ଶିକ୍ଷକ ସଂଘ, ମାଧ୍ୟମିକ ବିଦ୍ୟାଳୟ, ସଂସ୍କୃତ, ମଦ୍ରାସା, ୪୮୮ ଓ ୬୬୨ କଲେଜ ଶିକ୍ଷକ ମାନଙ୍କୁ ନେଇ ଜଳେଶ୍ୱର ଓଷ୍ଟା ପକ୍ଷରୁ ୭ଜଣିଆ କମିଟି ମିଳିତ ଶିକ୍ଷକ ମଞ୍ଚ ସଂପାଦକ ଡ. ଅଜିତ୍ କୁମାର ମହାନ୍ତିଙ୍କ ଆବାହକ ଓ ସଭାପତିତ୍ୱରେ ଗଠିତ ହୋଇ ଯାଇଛି । ଏହି ଅବସରରେ ସ୍ଥାନୀୟ ଟାଉନ ନୋଡାଲ ପରିସରରେ ଅନୁଷ୍ଠିତ ବୈଠକରେ ଶିକ୍ଷା ବ୍ୟବସ୍ଥା ପ୍ରତି ସରକାରଙ୍କର ଉଦାସୀନତା ତଥା ବିଭିନ୍ନ ଆଳ ଦେଖାଇ ଓଡିଆ ମାଧ୍ୟମ ବିଦ୍ୟାଳୟ ଗୁଡିକ ବନ୍ଦ କରିବା ବିରୁଦ୍ଧରେ ଆନ୍ଦୋଳନ କରାଯିବାର ଚେତାବନୀ ଦିଆଯାଇଛି । ବିଦ୍ୟାଳୟ ଓ କଲେଜ ଗୁଡିକରେ ଥିବା ଖାଲିସ୍ଥାନ ପୂରଣ, ଚାକିରି ସର୍ତ୍ତବଳୀ ସହିତ ନୂତନ ଅନୁଦାନଭୁକ୍ତ ସ୍କୁଲ କଲେଜରେ ୭ମ ବେତନ କମିଶନ ଲାଗୁ କରିବା, ପୂର୍ଣ୍ଣ ଅନୁଦାନପ୍ରାପ୍ତ ସ୍କୁଲ ଗୁଡିକ ସରକାରୀକରଣ କରିବା, ବାଦ୍ ପଡିଥିବା ସ୍କୁଲକୁ ଅନୁଦାନ ଦେବା, ପଦନ୍ନତି ସହି ବହସୟୀମା ୬୨ବର୍ଷକୁ ବୃଦ୍ଧି, ଭିତ୍ତିଭୂମିର ବିକାଶ ସହିତ ଶିକ୍ଷାର ଉନ୍ନତି ଦିବରେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଉପସ୍ଥିତ ଥିବା ପ୍ରଶକୃଷ୍ଣ ଗିର. ସୁନିଲ ନାୟକ, ସୁକାମର ମିଶ୍ର, ହରିଶଂକର ମହାନ୍ତି, କେଶବ ଚନ୍ଦ୍ର ପରିଡା, ନାରାୟଣ ଚନ୍ଦ୍ର ପରିଡା, କୁଞ୍ଜ ବିହାରୀ ପ୍ରଧାନ, ଅକ୍ଷୟ ମିଶ. ସରୋଜ ପାଣିଗ୍ରାହୀ, କାର୍ତ୍ତିକ ବାରିକ, ପ୍ରମୁଖ ଯୋଗ ଦେଇ ମତବ୍ୟକ୍ତ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା