ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ଶାଖାର ସାଧାରଣ ପରିଷଦ ବୈଠକ ସଂଘ କାର୍ଯ୍ୟାଳୟ ବିଶ୍ୱନାଥ ପଣ୍ଡିତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥ ଅଧ୍ୟକ୍ଷତା କରିଥିଲେ । ସର୍ବସମ୍ମତି କ୍ରମେ ଆଗାମୀ ଦୁଇବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଆଇନ ପରାମର୍ଶଦାତା ପ୍ରଦୀପ କୁମାର ବେହେରା ନିର୍ବାଚନ ଅଧିକାରୀ ଭାବେ ଏହି ନିର୍ବାଚନ ପରିଚାଳନା କରିଥିଲେ । ବୈଠକରେ ରାଜ୍ୟ ସଂଗଠନର ଉପସଭାପତି ସୁକାନ୍ତ ମୁଖି, ପୂର୍ବତନ ସମ୍ପାଦକ ଲାଲୁ ମୋହନ ବେହେରା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ଶତାଧିକ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ନିର୍ବାଚନରେ ଭାଗ ନେଇଥିଲେ । କର୍ମକର୍ତ୍ତାମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଭାବେ ରାଜୁ ଚିନ୍ନା, ଯୁଗ୍ମ ସମ୍ପାଦକ ଭାବେ ରବି ନାରାୟଣ ବେହେରା, ପ୍ରକାଶ ଚନ୍ଦ୍ର ବେହେରା, ସଂଗଠନ ସମ୍ପାଦକ ଭାବେ ସନାତନ ନାୟକ, ଏନ. ନିରଞ୍ଜନ ଦାସ ଓ ରାଜଲକ୍ଷ୍ମୀ ସାହୁ, କାର୍ଯ୍ୟାଳୟ ସମ୍ପାଦକ ଭାବେ ବି. ଚନ୍ଦ୍ରୁ ପାତ୍ର, କୋଷାଧ୍ୟକ୍ଷ ଭାବେ ସନିଆ ନାୟକ ନିର୍ବାଚିତ ହୋଇଥିବା ବେଳେ ସଂଗଠନର ଉପଦେଷ୍ଟା ଭାବେ ରବି ରଥ, ଆଇନ ପରାମର୍ଶଦାତା
ଭାବେ ଆଡଭୋକେଟ ପ୍ରଦୀପ କୁମାର ବେହେରା ଓ ଆଡ଼ଭୋକେଟ ସଞ୍ଜିତ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ତାରିଣୀ କହ୍ନେଇ, ବିଭୁତି ଭୂଷଣ ମିଶ୍ର, ଏମ. ଉଷାରାଣୀ, ଗୌରୀ ଘଡ଼େଇ, ହରିହର ଚିନ୍ନା, ଉମା ଚୌଧୁରୀ, ନିଳାଦ୍ରୀ ପାତ୍ର, ଆନନ୍ଦ ମିଶ୍ର, ଗୌରହରି ମହାପାତ୍ର, ରାମ ଗୌଡ଼, ସନାତନ ନାୟକ, ସିଏଚ୍‌ ସୁନୀଲ ପାତ୍ର, ନନ୍ଦିନୀ ସାମନ୍ତରା, ରମେଶ ରାଓ, ମୁରଲୀ ରାଜୁ, ବିଷ୍ଣୁ, ଘନଶ୍ୟାମ ସାହୁ, ପୂର୍ଣ୍ଣ ରେଡ଼ୀ, ଲକ୍ଷ୍ମୀ ପାତ୍ର, ମନୋଜ ନାୟକ, ଜ୍ୟୋତ୍ସ୍ନା ତ୍ରିପାଠୀ ଓ ମଞ୍ଜୁ ନାୟକ ପ୍ରମୁଖ ୨୧ଜଣଙ୍କୁ ଚୟନ କରାଯାଇଥିବା ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ବେହେରା ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା