ଔଷଧ ଦୋକନରେ ପଶିଲା ଡମ୍ପର : ଅଳ୍ପକେ ବର୍ତ୍ତିଲେ ପରିବାରବର୍ଗ, ବ୍ୟାପକ କ୍ଷତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଅନ୍ତର୍ଗତ ଜଳେଶ୍ୱର-ବାଟଗ୍ରାମ-ଚନ୍ଦନେଶ୍ୱର ୫୭ତମ ରାଜ୍ୟ ରାଜପଥରେ ଗୁରୁବାର ମଧ୍ୟରାତ୍ରରେ ଏକ ଡମ୍ପର ଭାରସାମ୍ୟ ହରାଇ ଜଳେଶ୍ୱର ଜିକେଭଟ୍ଟର ହସ୍‌ପିଟାଲ ସମ୍ମୁଖ ରାସ୍ତାକଡ ଔଷଧ ଦୋକାନ ଭିତରକୁ ପଶିଯାଇଛି । ଫଳରେ ସେଠାରେ ଥିବା ୨ଟି ଦୋକାନର ପରିବାରବର୍ଗ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ପକ୍କା ଗୃହଟି ଭଂଗିଯିବା ସହ ବ୍ୟାପକ କ୍ଷତି ଘଟିଛି । ଘଟଣାରୁ ପ୍ରକାଶ ଗୁରୁବାର ରାତ୍ରି ଗୋଟାଏ ବେଳେ ଚନ୍ଦନେଶ୍ୱର ପଟୁ ଏକ ଡମ୍ପର ଓଡି୦୧ଡବ୍ଲୁ୧୧୨୧ ଦ୍ରୁତବେଗରେ ଆସି ଜିକେଭଟ୍ଟର ହସ୍‌ପିଟାଲ ସମ୍ମୁଖ ରାସ୍ତାରେ ଥିବା ଜଳେଶ୍ୱର ଥାନାର ଏକ ବେରିକେଟ୍‌କୁ ଧକାକ୍ ଦେଇ ଭାରସାମ୍ୟ ହରାଇ ରାସ୍ତା ତଳକୁ ଗଡିଯିବା ସହ ତପନ ବ୍ରହ୍ମଙ୍କ ଆର୍ଶିବାଦ ମେଡିସିନ୍ ଷ୍ଟୋର ଓ ମଦନ ବ୍ରହ୍ମଙ୍କ ମା ପାଥୋଲୋଜି ଦୋକାନକୁ ଧମ୍ମା ଦେଇଥିଲା । ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଉପାଡି ପକ୍କାଘର ଉପରେ କଡିଥିବା ଦେଖିବାକୁ ମିଳିଛି । ସେ ଅଂଳଚରେ ରାତିତମାମ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିବା ବେଳେ ୨ଟି ଦୋକାନର ଔଷଧ ପତ୍ର ଓ ବହୁ ଯନ୍ତ୍ରାଂଶ ନଷ୍ଟ ହୋଇଛି । ମାତ୍ର କେଇ ମିଟର ଦୂରରେ ପୋଲିସ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଥିବାରୁ ସ୍ଥାନୀୟ ଦୋକାନୀ ମହଲରେ ଭୟ ସୃଷ୍ଟି ହୋଇଛି । ଦୁର୍ଘଟଣା ଘଟାଇ ଡମ୍ପର ଡ୍ରାଇଭର ଓ ହେଲପର ଫେରାର ହୋଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା